29.1 C
Bhubaneswar
Tuesday, November 3, 2026
Homeଓଡିଶାଦୀପାବଳି ପୂର୍ବରୁ ଝଟକା, ମହଙ୍ଗା ହେବ ବାହାର ଖାଦ୍ୟ !

ଦୀପାବଳି ପୂର୍ବରୁ ଝଟକା, ମହଙ୍ଗା ହେବ ବାହାର ଖାଦ୍ୟ !

ନୂଆଦିଲ୍ଲୀ : ପାର୍ବଣ ଋତୁରେ ବୁଲାବୁଲି ସାଙ୍ଗକୁ ବାହାରେ ଖାଇବାର ଯୋଜନା କରୁଥିବା ଲୋକଙ୍କ ପକେଟ୍‌କୁ ଲାଗିପାରେ ବଡ଼ ଝଟକା। ଦୀପାବଳି ପୂର୍ବରୁ ମହଙ୍ଗା ହୋଇପାରେ ରେଷ୍ଟୁରାଣ୍ଟରେ ଖାଇବା। ଖାଦ୍ୟ ମେନ୍ୟୁ ଦରରେ ୧୦ରୁ ୧୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି ରେଷ୍ଟୁରାଣ୍ଟ ମାଲିକ। ବେଙ୍ଗାଲୁରୁ, ମୁମ୍ବାଇ ଓ ପୁଣେ ଭଳି ବଡ଼ ସହରରେ ଏହି ଦରବୃଦ୍ଧିର ପ୍ରଭାବ ଦେଖିବାକୁ ମିଳିପାରେ। କ୍ଷୀର ଓ ଦହିର ଦାମ୍ ବୃଦ୍ଧି, କମର୍ସିଆଲ୍ ଏଲ୍‌ପିଜି ଦର ବୃଦ୍ଧି, ଖାଦ୍ୟ ସାମଗ୍ରୀର ମହଙ୍ଗା ଦର ଏବଂ କର୍ମଚାରୀଙ୍କ ଦରମା ବୃଦ୍ଧି ଯୋଗୁଁ ରେଷ୍ଟୁରାଣ୍ଟ ବ୍ୟବସାୟ ଉପରେ ଖର୍ଚ୍ଚର ବୋଝ ବଢ଼ିଛି। ହୋଟେଲ୍ ଆସୋସିଏସନ୍‌ର କହିବା ଅନୁସାରେ, କର୍ଣ୍ଣାଟକର ରେଷ୍ଟୁରାଣ୍ଟଗୁଡ଼ିକ ମଧ୍ୟ ଖାଦ୍ୟପେୟ ଦର ବୃଦ୍ଧି କରିବାକୁ ପ୍ରସ୍ତୁତି କରୁଛନ୍ତି। ଯଦି ଏହି ଦରବୃଦ୍ଧି ଲାଗୁ ହୁଏ, ତେବେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ରେଷ୍ଟୁରାଣ୍ଟ ଖାଦ୍ୟ ମହଙ୍ଗା ହେବ। ଫଳରେ ପାର୍ବଣ ସମୟରେ ଲୋକଙ୍କ ଖର୍ଚ୍ଚ ଆହୁରି ବଢ଼ିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking