28.1 C
Bhubaneswar
Tuesday, November 24, 2026
Homeଓଡିଶାଏନଡିଏକୁ ଫେରିଲା ଅକାଳୀ

ଏନଡିଏକୁ ଫେରିଲା ଅକାଳୀ

ନୂଆଦିଲ୍ଲୀ: ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ  ଏନଡିଏ ଏବଂ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ ହୋଇଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଜାତୀୟ ବିଜେପି ମୁଖ୍ୟାଳୟରେ ପ୍ରେସମିଟ କରି ଘୋଷଣା କରିଛନ୍ତି । ବିଜେପି ସଭାପତି ନୀତିନ ନବୀନ ଏବଂ ଅକାଳି ଦଳ ସଭାପତି ସୁଖବୀର ସିଂ ବାଦଲ ମଧ୍ୟ ଉପସ୍ଥିତ ଅଛନ୍ତି । ୩ଟି ବିବାଦୀୟ କୃଷି ଆଇନକୁ ନେଇ ସେପ୍ଟେମ୍ବର ୨୦୨୦ରେ ଅକାଳୀ ଦଳ ଏନଡିଏରୁ ଓହରିଯାଇଥିଲା । ଏବେ ୬ ବର୍ଷ ପରେ ପୁଣି ବିଜେପିକୁ ଫେରିଛି ଅକାଳୀ ଦଳ ।  ସୂତ୍ର ଅନୁସାରେ ଏହି ମେଣ୍ଟରେ ବିଜେପି 40 ରୁ ଅଧିକ ଆସନରେ ଲଢ଼ିବ।ଅମିତ ଶାହ କହିଛନ୍ତି, ମେଣ୍ଟ ହିନ୍ଦୁ-ଶିଖ ଭାଇଚାରାର ପ୍ରତୀକ । ଅକାଳୀ ଫେରିବା ପରେ ବର୍ତ୍ତମାନ ଏନଡିଏ ପରିପୂର୍ଣ୍ଣ ହେଲା। ଏନଡିଏର ସବୁଠୁ ପୁରୁଣା ସାଥୀ ଦଳକୁ ନେଇ ପଞ୍ଜାବ ନିର୍ବାଚନ ଲଢିବୁ । ନଭେମ୍ବର ୧ରେ ଚଣ୍ଡିଗଡ ଗସ୍ତ ସମୟରେ ଅମିତ ଶାହ କହିଥିଲେ ଯେ, ପଞ୍ଜାବରେ ଏଡିଏ ସରକାର ଗଠନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking