ନୂଆଦିଲ୍ଲୀ: ବାଂଲାଦେଶ ଫେରିବାକୁ ମନ ବଳାଇଲେ ଶେଖ ହସିନା । ଦୁଇ ବର୍ଷରୁ ଅଧିକ ସମୟ ଧରି ଭାରତରେ ନିର୍ବାସନରେ ରହିବା ପରେ ଏବେ ନିଜ ଦେଶକୁ ଫେରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ । ଡିସେମ୍ବରର ୧୬, ବାଂଲାଦେଶର ବିଜୟ ଦିବସରେ ଢାକା ଫେରିବାକୁ ଯୋଜନା କରୁଛନ୍ତି ହସିନା । ଆଉ ଫେରିବା ପାଇଁ ସରକାରୀ ବିମାନର ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛନ୍ତି । ତେବେ ହସିନାଙ୍କ ଏହି ଘୋଷଣା ପରେ ବାଂଲାଦେଶ ରାଜନୀତିରେ ପୁଣି ହଲଚଲ ସୃଷ୍ଟି ହୋଇଛି । ବାଂଲାଦେଶ ଫେରିବାକୁ ଡିସେମ୍ବର ୧୬ ତାରିଖକୁ ବାଛିଛନ୍ତି ଶେଖ ହସିନା । ରଏଟର୍ସର ରିପୋର୍ଟ ଅନୁସାରେ ହସିନାଙ୍କ ମୁଖପାତ୍ର ସୈୟଦ ମୋଜାମ୍ମେଲ ଅଲି ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି । ଏହା ପ୍ରଥମ ଥର, ଯେତେବେଳେ ହସିନା ନିଜ ଦେଶକୁ ଫେରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ସାମ୍ନାକୁ ଆଣିଛନ୍ତି ।










