28.1 C
Bhubaneswar
Tuesday, November 24, 2026
Homeଓଡିଶାଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି‌ଲେ ପୀତବାସ ପଣ୍ଡାଙ୍କ ସାନଭାଇ

ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜି‌ଲେ ପୀତବାସ ପଣ୍ଡାଙ୍କ ସାନଭାଇ

ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୋଗକାରୀ ତଥା ପୀତବାସଙ୍କ ନିଜ ସାନଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା(୪୮)ଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଟ୍ୟୁମର ଅସ୍ତ୍ରୋପଚାର ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବିଜେପି ନେତା ପୀତବାସ ପଣ୍ଡାଙ୍କୁ ୨୦୨୫ ମସିହାରେ କୁମାର ପୂର୍ଣ୍ଣମୀ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା ।ଏହି ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ୧୬ ଅଭିଯୁକ୍ତ ଗିରଫ ହୋଇଥିଲେ । ନିକଟରେ ବିକ୍ରମ ଜାମିନରେ ଆସିଛନ୍ତି। ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଆସନ୍ତା ୨୭ ତାରିଖରେ ମାମଲାର ଶୁଣାଣି ହେବ। ବିକ୍ରମ ପଣ୍ଡା ଓ ଅଭିଯୋଗକାରୀ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ଏଭଳି ସ୍ଥିତିରେ ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking