24.1 C
Bhubaneswar
Sunday, November 22, 2026
Homeଦେଶ ବିଦେଶଅପମିଶ୍ରିତ ମଦ ପିଇ ଚାଲିଗଲା ୧୫ ଜଣଙ୍କ ଜୀବନ

ଅପମିଶ୍ରିତ ମଦ ପିଇ ଚାଲିଗଲା ୧୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ମଦ ପିଇବା ହେଲା କାଳ । ଅପମିଶ୍ରିତ ମଦ ପିଇ ମଣିପୁରରେ ଚାଲିଗଲା ୧୫ ଜଣଙ୍କ ଜୀବନ । ଆଉ ୨୦୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି । ମଣିପୁରର ଚାନ୍ଦେଲ ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ଘଟିଛି ଏହି ଅଭାବନୀୟ ଘଟଣା । ବିଷାକ୍ତ ମଦ ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କ ଜୀବନ ବିପଦରେ ପଡିବା ପରେ ରାଜ୍ୟ ସରକାରଙ୍କ ତତ୍ପରତା ବଢିଛି । ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ ଘଟଣାରେ ତଦନ୍ତ ରିପୋର୍ଟ ମାଗିବା ସହ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ, ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏକ ଡାକ୍ତରୀ ଟିମ ଚାନ୍ଦେଲ ଜିଲ୍ଲାର ବିଭିନ୍ନ ଗାଁକୁ ଯାଇଛନ୍ତି । ଏହି ଟିମରେ ଡାକ୍ତର, ମେଡିକାଲ ଷ୍ଟାଫ ଓ ଆବଶ୍ୟକୀୟ ଔଷଧ ରହିଛି । ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ ଚିକିତ୍ସା ଆବଶ୍ୟକ ଥିବା ରୋଗୀଙ୍କୁ ହସ୍ପିଟାଲ ପଠାଯାଉଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ବୋଲି କହିଛନ୍ତି । ଏହା ପଛରେ ଯେଉଁମାନଙ୍କର ସମ୍ପୃକ୍ତି ଥିବ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking