23.1 C
Bhubaneswar
Friday, November 20, 2026
Homeଓଡିଶାକଟକର ୬୬ଟି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇନାହିଁ: ମନ୍ତ୍ରୀ

କଟକର ୬୬ଟି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇନାହିଁ: ମନ୍ତ୍ରୀ

ଭୁବନେଶ୍ୱର : smc ପରିଚାଳନା କମିଟି ଗଠନ ପ୍ରସଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ ଅଦ୍ୟାବଧ୍ କଟକ ଜିଲ୍ଲାର କେଉଁ ସ୍କୁଲ ଗୁଡିକରେ SMC ପରିଚାଳନା କମିଟି ଗଠନ ହୋଇ ସାରିଛି ଏବଂ କେଉଁ ଗୁଡିକ କେଉଁ କାରଣ ପାଇଁ ହୋଇ ପାରି ନାହିଁ ତାର ବ୍ଲକୱାରୀ ଏକ ତାଲିକା ଦେବେକି; (ଖ) ପରିଚାଳନା ପରିଷଦ (SMC) ନଥିବାରୁ ସ୍କୁଲକୁ ଆସୁଥିବା ସରକାରୀ ଅନୁଦାନ ରାଶି ଖର୍ଚ୍ଚ ନହୋଇ ଫେରିଯାଉଥିବା କଥା ସତ୍ୟ କି, ଯଦି ହଁ, ଏପର୍ଯ୍ୟନ୍ତ କେତେ ଟଙ୍କାର ଅନୁଦାନ ଫେରିଯାଇଛି ; ରାଜ୍ୟର କେଉଁ ଜିଲ୍ଲାର କେଉଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଅର୍ଥର ଅନିୟମିତତା ନେଇ ଜିଲ୍ଲା ସ୍ତରରେ ଅଭିଯୋଗ ହୋଇଛି ଏବଂ ଏହାକୁ ଆଧାର କରି DEO/BEO କି ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ତାର ଏକ ତାଲିକା ପ୍ରଦାନ କରିବେ କି ?

ନିତ୍ୟାନନ୍ଦ ଗଣ୍ଡ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଉତ୍ତରରେ କହିଛନ୍ତି କଟକ ଜିଲ୍ଲାର ସର୍ବମୋଟ ୨୦୭୬ ବିଦ୍ୟାଳୟରୁ ୬୬ଟି ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇନାହିଁ । ବିଦ୍ୟାଳୟ ପରିଚାଳନା  କମିଟି ଗଠନ ହୋଇନଥିବା ବିଦ୍ୟାଳୟଗୁଡିକର ଏକ ବ୍ଲକୱାରୀ ତାଲିକା ପରିଶିଷ୍ଟ-କ ମାଧ୍ଯମରେ ପ୍ରଦାନ କରାଗଲାନାହିଁ । ବର୍ତ୍ତମାନ କେନ୍ଦ୍ରୀୟ ପ୍ରବର୍ଷିତ ଯୋଜନାଗୁଡିକ ” “SNA-SPARSH” ଓ ରାଜ୍ୟ ଯୋଜନା ଗୁଡିକ “JITFS” ପଦ୍ଧତିରେ ଚାଲୁଅଛି । ଏହି ପଦ୍ଧତି ଅନୁସାରେ ବ୍ୟାଙ୍କରେ ଅର୍ଥରାଶି ଜମାଟ ହେବାର ବ୍ୟବସ୍ଥାର ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନାର ଅର୍ଥରାଶିର ଅନିୟମିତତା ସଂକ୍ରାନ୍ତୀୟ କୌଣସି ଅଭିଯୋଗ ହସ୍ତଗତ ହେଲେ ଯାଞ୍ଚ କରାଯାଇ ଆବଶ୍ୟକୀୟ ପଦକ୍ଷେପ ରାଜ୍ୟର ଗ୍ରହଣ କରାଯାଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking