22.1 C
Bhubaneswar
Friday, November 20, 2026
Homeଓଡିଶାବାତ୍ୟା ‘ଅକ୍ୱାନ୍’: ବଢିବ ନଦୀର ଜଳସ୍ତର

ବାତ୍ୟା ‘ଅକ୍ୱାନ୍’: ବଢିବ ନଦୀର ଜଳସ୍ତର

ଭୁବନେଶ୍ୱର : ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ବଢ଼ିପାରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର। ନଦୀ ଅବବାହିକା ଅନୁସାରେ ବର୍ଷାର ଆକଳନ ଜାରି କରାଯାଇଛି। ଋଷିକୂଲ୍ୟା ଅବବାହିକାରେ ସର୍ବାଧିକ ୭୬ରୁ ୧୦୦ ମିଲିମିଟର ବର୍ଷା ହୋଇପାରେ। ସେହିପରି ନାଗାବଳୀ ଓ ବଂଶଧାରା ଅବବାହିକାରେ ୫୧ରୁ ୭୫ ମିଲିମିଟର ବର୍ଷା ଆକଳନ କରାଯାଇଛି।

ବାତ୍ୟା ‘ଅକ୍ୱାନ୍’କୁ ନେଇ ବଢ଼ିଲା ନଦୀ ଅବବାହିକାରେ ବର୍ଷା ଚିନ୍ତା। ବିଭିନ୍ନ ନଦୀ ଅବବାହିକା ପାଇଁ ବର୍ଷାର ଆକଳନ ଜାରି ହୋଇଛି। ବୈତରଣୀ ଓ ଲୋୟର ବ୍ରାହ୍ମଣୀ ଅବବାହିକାରେ ୨୬ରୁ ୩୭ ମିଲିମିଟର ବର୍ଷା ହୋଇପାରେ। ବୁଢ଼ାବଳଙ୍ଗ ଓ ଲୋୟର ମହାନଦୀ ଅବବାହିକାରେ ୩୮ରୁ ୫୦ ମିଲିମିଟର ବର୍ଷା ଆକଳନ କରାଯାଇଛି।ସେହିପରି ନାଗାବଳୀ ଓ ବଂଶଧାରା ଅବବାହିକାରେ ୫୧ରୁ ୭୫ ମିଲିମିଟର ବର୍ଷା ହୋଇପାରେ। ଋଷିକୂଲ୍ୟା ଅବବାହିକାରେ ୭୬ରୁ ୧୦୦ ମିଲିମିଟର ଯାଏଁ ବର୍ଷା ଆକଳନ ରହିଛି। ଅନ୍ୟପଟେ ଶାବରୀ ଓ ସୁବର୍ଣ୍ଣରେଖା ଅବବାହିକାରେ ୨୬ରୁ ୩୭ ମିଲିମିଟର ଏବଂ ଅପର ବ୍ରାହ୍ମଣୀ ଅବବାହିକାରେ ମାତ୍ର ୧ରୁ ୧୦ ମିଲିମିଟର ବର୍ଷା ହୋଇପାରେ।ଏପଟେ ଆସନ୍ତାକାଲି ପାଇଁ ମଧ୍ୟ ବର୍ଷାର ଆକଳନ ଜାରି ହୋଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ୩୮ରୁ ୫୦ ମିଲିମିଟର ବର୍ଷା ହୋଇପାରେ। ଅନ୍ୟ ନଦୀ ଅବବାହିକାଗୁଡ଼ିକରେ ୧୧ରୁ ୨୫ ମିଲିମିଟର ବର୍ଷା ଆକଳନ ରହିଛି। ଏହି ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking