23.1 C
Bhubaneswar
Friday, November 20, 2026
Homeଓଡିଶାବଢ଼ିଲା ଭୂସ୍ଖଳନ ଭୟ: ଆଜିଠୁ କଳିଙ୍ଗା ଓ ଗାଜଲବାଡ଼ି ଘାଟି ବନ୍ଦ

ବଢ଼ିଲା ଭୂସ୍ଖଳନ ଭୟ: ଆଜିଠୁ କଳିଙ୍ଗା ଓ ଗାଜଲବାଡ଼ି ଘାଟି ବନ୍ଦ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ଅକୱାନକୁ ଦୃଷ୍ଟିରେ ରଖି କଳିଙ୍ଗା ଓ ଦାରିଙ୍ଗିବାଡି- ଗାଜଲବାଡି ଘାଟି ରାସ୍ତାରେ ଯାନବାହାନ ଚଳାଚଳ ଉପରେ ପ୍ରଶାସନ କଟକଣା ଜାରି କରିଛି । କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ୧୯ ନଭେମ୍ବରରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଘାଟି ରାସ୍ତାରେ ସମସ୍ତ ପ୍ରକାର ମୋଟର ଯାନ ଚଳାଚଳ ବନ୍ଦ ରହିବ । ପ୍ରବଳ ବର୍ଷା ଯୋଗୁଁ ଘାଟି ଅଞ୍ଚଳରେ ଭୂସ୍ଖଳନ ପଥର ଓ ମାଟି ଅତଡା ଖସିବା ସହ ରାସ୍ତା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ଏହି ରାସ୍ତା ବନ୍ଦ ଯୋଗୁଁ ଦାରିଙ୍ଗିବାଡିରେ ପନିପରିବା ଯୋଗାଣ ସହ ବ୍ରହ୍ମପୁରକୁ ଯାତାୟତରେ ପୁଣି ସମସ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking