24.1 C
Bhubaneswar
Saturday, November 21, 2026
Homeଓଡିଶାଆଉ ୩ ଦିନ ପରେ ବାଲିଯାତ୍ରା: ତଳ ଓ ଉପର ପଡିଆ ଜଳମଗ୍ନ

ଆଉ ୩ ଦିନ ପରେ ବାଲିଯାତ୍ରା: ତଳ ଓ ଉପର ପଡିଆ ଜଳମଗ୍ନ

କଟକ: ଆଉ ମାତ୍ର ୩ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ହେଲେ ଏହା ପୂର୍ବରୁ ପ୍ରସ୍ତୁତିରେ ବାଧକ ସାଜିଛି । ବାତ୍ୟା ଅକଭାନ । ଲଗାଣ ବର୍ଷା ଯୋଗୁଁ ତଳ ଓ ଉପର ପଡିଆରେ ଜମି ରହିଛି ପାଣି । ଫଳରେ ପ୍ଲଟ କିଣିଥିବା ବ୍ୟବସାୟୀ ଦୋକାନ ନିର୍ମାଣ କରିପାରୁ ନାହାନ୍ତି । ହାତରେ ଆଉ ମାତ୍ର ୩ ଦିନ ଥିବାରୁ ଚିନ୍ତା ବଢିଛି । ଗତକାଲିଠୁ କଟକ ସହରରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବାଲିଯାତ୍ରାର ଉଭୟ ତଳ ଓ ଉପର ପଡିଆ ଜଳମଗ୍ନ ହୋଇପଡିଛି । ଦୋକାନ ନିର୍ମାଣ ଓ ସାମଗ୍ରୀ ସଜାଡିବା ପାଇଁ ଏହା ଉପଯୁକ୍ତ ସମୟ ହୋଇଥିବା ବେଳେ ବର୍ଷା ଯୋଗୁଁ ବ୍ୟବସାୟୀମାନେ ହାତବାନ୍ଧି ବସିଛନ୍ତି । ଓଡିଶା ବାହାରୁ ଆସିଥିବା ବ୍ୟାବସାୟୀଙ୍କ ଅସୁବିଧା ଆହୁରି ବଢିଛି । ଗୋଟିଏ ପଟେ, ଅନ୍ୟପଟେ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ଛୋଟ ପିଲାଙ୍କୁ ଧରି ସେମାନେ ଯିଏ ଯେଉଁଠି ପାରୁଛନ୍ତି ଆଶ୍ରୟ ନେଉଛନ୍ତି । ଚଳିତ ବର୍ଷ ବାଲିଯାତ୍ରାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିବାର କାର୍ଯ୍ୟକ୍ରମ ରହିଛି । ତେଣୁ ନିର୍ଦ୍ଧାରିତ ସମୟରେ ପଡିଆ ପ୍ରସ୍ତୁତ କରିବା ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମ ପାଇଁ ବଡ ଆହ୍ୱାନ ହୋଇଛି । ଆକଭାନ ପ୍ରଭାବରେ ଆହୁରି ଦୁଇ ଦିନ ବର୍ଷା ହେବାର ଆଶଙ୍କା ଥିବାରୁ ପାଣି ନିଷ୍କାସନ ନେଇ ଚିନ୍ତା ବଢିଛି । ସେପଟେ ବର୍ଷା ଛାଡିବା ମାତ୍ରେ ସମସ୍ତ କାର୍ଯ୍ୟ ଆରମ୍ଭ ହେବ । ଠିକ ସମୟରେ ପ୍ରସ୍ତୁତି ଶେଷ କରିବାକୁ ଲକ୍ଷ୍ୟ ରହିଥିବା କହିଛନ୍ତି କଟକ ମେୟର । ତେବେ ବର୍ଷା ଥମିବା ପରେ କେତେ ଶୀଘ୍ର ପଡିଆରୁ ପାଣି ନିଷ୍କାସନ କରାଯାଇ ପ୍ରସ୍ତୁତି ଶେଷ ହୋଇଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking