ଗଞ୍ଜାମ: ବାତ୍ୟା ଆକଭାନ ପ୍ରଭାବରେ ବୁଡିଲା ଚାଷୀଙ୍କର ବର୍ଷକର ପରିଶ୍ରମ । ଚାଷୀଙ୍କ ମୁହଁରୁ ହସ ଛଡାଇନେଇଛି ବାତ୍ୟା ଆକଭାନ । ପାଣିରେ ଭିଜିଲା ଚାଷୀଙ୍କ ଝାଳ, ଶ୍ରମ । ହଜାର ହଜାର ଏକର ଚାଷଜମି ଜଳମଗ୍ନ । ବାତ୍ୟା ଛାଡିଦେଇ ଚାଲିଗଲା ଦୁର୍ଦଶା । ଏନେଇ ଚାଷୀ କୂଳକୁ ପଡିଛି ଚଡକ । ଯେଉଁ ସମୟରେ ଧାନ ଅମଳ କରି ବର୍ଷକ ପାଇଁ ଖାଇବାକୁ ରଖିଥାନ୍ତେ , ସେହି ସମୟରେ ଦାଉ ସାଜିଲା ବନ୍ୟା । ତେବେ ଅକଭାନ ପୂର୍ବରୁ ଅର୍ଣ୍ଣବ ପ୍ରଭାବରେ ମଧ୍ୟ ଧୋଇ ହୋଇଯାଇଥିଲା ଚାଷଜମି । ପୁଣି କାହାଠୁ ଧାର ଉଧାର କରି , ତଳି ରୋଇଥିଲେ ଆଉ କିଛି ଧାନ ଗଛ ହୋଇଥିଲା । ଟିକିଏ ଅସ୍ବସ୍ତି ମିଳିଥିଲା । ହେଲେ ସେତିକି ବି ଏହି ବାତ୍ୟାରେ ଆଉ ରହିଲା ନାହିଁ । ଏନେଇ ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ ପରିବାର । ଗଞ୍ଜାମ ଏବଂ ବେଗୁନିଆପଡା ବ୍ଲକର ମୁଣ୍ଡୁଳା, ମର୍ଦ୍ଧକକୋଟ ସମେତ ଅନେକ ଗାଁରେ ଏକର ଏକର ଚାଷ ଜମିରେ ପାଣି ବୁଡି ରହିଛି । ପାଣି ନିଷ୍କାସନ ନ ହେବାରୁ ଜଳମୟ ହୋଇଛି ଚାଷ ଜମି । ତେବେ ବିପତ୍ତି ଚାଷୀକୂଳର ମେରୁଦଣ୍ଡକୁ ଭାଙ୍ଗିଛି ବୋଲି ଏକପ୍ରକାର କହିଲେ ଭୁଲ ହେବ ନାହିଁ । ଏଭଳି ସ୍ଥିତିରେ କ୍ଷୟକ୍ଷତିର ଆକଳନ ସହ ଚାଷୀଙ୍କୁ କେବେ ଏବଂ କିପରି ସହାୟତା ମିଳିବ, ତାହାକୁ ଅପେକ୍ଷା କରିଛନ୍ତି ପ୍ରଭାବିତ ଚାଷୀ । ଏଥିସହ ପ୍ରଶାସନ ଏନେଇ କେତେ ତତ୍ପର, କେତେ ଶୀଘ୍ର ମିଳୁଛି ସହାୟତା ତାକୁ ଦେଖିବାକୁ ଅପେକ୍ଷା ।










