22.1 C
Bhubaneswar
Thursday, November 19, 2026
Homeଓଡିଶାବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ: ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା...

ବିଶ୍ୱ ମଧୁମେହ ଦିବସ ୨୦୨୬ ପାଳିତ: ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମାଲକାନଗିରି ଓ ଯାଜପୁର ଜିଲ୍ଲା ସମ୍ମାନିତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବି.ଏମ୍.ସି. ହସ୍ପିଟାଲଠାରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା ସଞ୍ଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମଧୁମେହ ଦିବସ ୨୦୨୬ର ରାଜ୍ୟସ୍ତରୀୟ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମଧୁମେହ ସମ୍ପର୍କରେ ସଚେତନତା ବୃଦ୍ଧି, ରୋଗର ଶୀଘ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଓ ପରିଚାଳନାକୁ ପ୍ରୋତ୍ସାହିତ କରିବା।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ନିର୍ଦ୍ଦେଶକ (ଅଣସଂକ୍ରାମକ ରୋଗ)ଡ଼. ବିନୟ କୁମାର ଦାସ ମହାପାତ୍ର, ଯୁଗ୍ମ ନିର୍ଦ୍ଦେଶକ (ଅଣସଂକ୍ରାମକ ରୋଗ) ଡ଼. ବିନୟ କୁମାର ସାହୁ , ମୁଖ୍ୟ ଚିକିତ୍ସା ଅଧିକାରୀ, ବି.ଏମ୍.ସି. ହସ୍ପିଟାଲ ଡ଼. ସିଦ୍ଧାର୍ଥ ରାୟ , ପି.ଜି.ଆଇ.ଏମ୍.ଇ.ଆର୍. ଓ କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡ଼. ଆଶିଷ କୁମାର ଦୀକ୍ଷିତ ଏବଂ ଅନ୍ୟ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଗଦେଇଥିଲେ ।

ଏହି ଦିବସ ପାଳନ ଅବସରରେ ମଧୁମେହ ଏବଂ ମଧୁମେହ ଜନିତ ରେଟିନୋପାଥି ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଶିବିର ଆୟୋଜନ କରାଯାଇଥିଲା, ଯେଉଁଥିରେ ରୋଗର ଶୀଘ୍ର ଚିହ୍ନଟ ଓ ସମୟୋଚିତ ଚିକିତ୍ସାକୁ ପ୍ରୋତ୍ସାହନ କରାଯାଇଛି । ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସୁସ୍ଥ ଜୀବନଶୈଳୀ ଅବଲମ୍ବନ ଏବଂ ମଧୁମେହର ଉପଯୁକ୍ତ ପରିଚାଳନା ଦ୍ୱାରା ବିଭିନ୍ନ ଜଟିଳତାକୁ ରୋକିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

କାର୍ଯ୍ୟକ୍ରମରେ ଜାତୀୟ ଅଣ-ସଂକ୍ରାମକ ରୋଗ ନିରାକରଣ ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୨୦୨୬–୨୭ ବର୍ଷ ପାଇଁ ଉତ୍କୃଷ୍ଟ ପ୍ରଦର୍ଶନ ନିମନ୍ତେ ମାଲକାନଗିରି ଓ ଯାଜପୁର ଜିଲ୍ଲାକୁ ସମ୍ମାନିତ କରାଯାଇଛି । ମଧୁମେହ ସ୍କ୍ରିନିଂ, ଚିକିତ୍ସା ଏବଂ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଏହି ଜିଲ୍ଲାଗୁଡ଼ିକର ସଫଳତା ହାସଲ କରିବା ସହ ମଧୁମେହ ରୋଗୀଙ୍କ ଆଭା ଆଇଡି ସୃଷ୍ଟି ସୁନିଶ୍ଚିତ କରିବାରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking