ପୁରୀ: ସରିଲା କାର୍ତ୍ତିକ ମାସ । ଘର ବାହୁଡା ହେଉଛନ୍ତି ହବିଷ୍ୟାଳି । କାଳିଆ ପାଖରେ ବ୍ରତ ରଖି ସାରି ଏବେ ଘରକୁ ଫେରୁଛନ୍ତି । ଏହାକୁ ନେଇ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଛି । ସାଙ୍ଗସାଥୀଙ୍କୁ ଧରି କାନ୍ଦି ପକାଇଛନ୍ତି । ଆଉ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ହବିଷ୍ୟାଳି ରହଣୀସ୍ଥଳକୁ ଛାଡି ନିଜ ଜଞ୍ଜାଳରେ ବୁଡିବା ପୂର୍ବରୁ ସାଥୀ ହବିଷ୍ୟାଳିଙ୍କ ସହ ହସ ଖୁସି ଓ ଦୁଃଖକୁ ବାଣ୍ଟିଛନ୍ତି । ଆଜି କାର୍ତ୍ତିମ ପଞ୍ଚୁକ ବ୍ରତର ଶେଷ ଦିନ । ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଶ୍ରୀଜିଉଙ୍କ ଏହି ଦୁର୍ଲଭ ବେଶକୁ ଦେଖିବା ପାଇଁ ପୁରୀଦାଣ୍ଡ ହୋଇପଡିଛି ଜନ ସମୁଦ୍ର । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀରେ ୪୫ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ କରାଯାଇଛି ।










