ନୂଆପଡା: ନୂଆପଡା ଜିଲ୍ଲା ଧମରାବନ୍ଧା ଥାନା ପତୋରା ଗାଁ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଲୋଡ୍ରା ଗାଁର ଧନଞ୍ଜୟ ମାଝି । ଲୋଡ୍ରା ଗାଁର ଧନଞ୍ଜୟ ବାଇକ ମରାମତି କରିବାକୁ ନୂଆପଡା ସହରକୁ ଆସିଥିଲେ । ଧନଞ୍ଜୟ ବାଇକରେ ଘରକୁ ଫେରୁଥିଲେ । ଧାମରବନ୍ଧା ଥାନା ପତୋରା ମଦଭାଟି ନିକଟରେ ଏକ ପୋଲରେ ଗାଡି ଭାରସାମ୍ୟ ହରାଇ ପିଟି ହୋଇଥିଲା । ଫଳରେ ଧନଞ୍ଜୟ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଧନଞ୍ଜୟଙ୍କୁ ଉଦ୍ଧାର କରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଧନଞ୍ଜୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା । ଧରମବନ୍ଧା ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ପୋଲିସ ଦୁର୍ଘଟଣାସ୍ଥଳରେ ବାଇକକୁ ଜବତ କରି ତଦନ୍ତ ଚଳାଇଛି । ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ଦିଆଯାଇଛି ।









