30.1 C
Bhubaneswar
Tuesday, November 3, 2026
Homeଓଡିଶାବନ୍ୟା ବିପନ୍ନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣରେ ସହାୟକ ହେଲା ‘ଶକ୍ତିଗାଁ’ ଅଭିଯାନ

ବନ୍ୟା ବିପନ୍ନଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣରେ ସହାୟକ ହେଲା ‘ଶକ୍ତିଗାଁ’ ଅଭିଯାନ

ଗଞ୍ଜାମ: ବନ୍ୟା ବିପତ୍ତିର ଏହି କଠିନ ସମୟରେ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ ପହଞ୍ଚାଇବା ପାଇଁ ଗଞ୍ଜାମ ଜିଲ୍ଲାରେ ଓରମାସ୍‌ (ORMAS)ର ‘ଶକ୍ତିଗାଁ’ ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗର ମାଧ୍ୟମ ପାଲଟିଛି। ଓରମାସ୍‌, ଜିଲ୍ଲା ପ୍ରଶାସନ ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍‌ର ସମନ୍ୱିତ ପ୍ରୟାସରେ ଗତ ୪ ଦିନ ମଧ୍ୟରେ ୧୦୦୦ରୁ ଅଧିକ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ସଂଗ୍ରହ ଓ ଯୋଗାଣ କରାଯାଇଛି।

ଜିଲ୍ଲାର ୧୦ଟି ବ୍ଲକ୍‌ ଓ ସହରାଞ୍ଚଳରେ ବ୍ଲକ୍ ପ୍ରଶାସନ ଦ୍ୱାରା ପରିଚାଳିତ ୨୦୦ରୁ ଅଧିକ ସାମୂହିକ ରୋଷେଇ କେନ୍ଦ୍ରକୁ ନିରବଚ୍ଛିନ୍ନ ଗ୍ୟାସ୍ ଯୋଗାଣ ସୁନିଶ୍ଚିତ କରାଯାଇଛି। ଫଳରେ ବିଭିନ୍ନ ଗ୍ରାମ ଓ ବ୍ଲକ୍ ମୁଖ୍ୟାଳୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ଗୋଷ୍ଠୀମାନେ ନିରନ୍ତର ଭାବେ ହଜାର ହଜାର ବନ୍ୟା ବିପନ୍ନଙ୍କ ପାଇଁ ଗରମ ଓ ସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିପାରୁଛନ୍ତି।

ଏହି ଅଭିଯାନରେ ଓରମାସ୍‌ର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ନେଟୱର୍କ ମାଧ୍ୟମରେ ବିଭିନ୍ନ ଅଞ୍ଚଳର ଆବଶ୍ୟକତା ଚିହ୍ନଟ କରାଯାଇ ଗ୍ୟାସ୍ ସିଲିଣ୍ଡରର ଆବଶ୍ୟକତା ଅନୁଯାୟୀ ଯୋଗାଣ ବ୍ୟବସ୍ଥା କରାଯାଇଛି। ଇଣ୍ଡିଆନ୍ ଅଏଲ୍‌ର ସହଯୋଗରେ ସିଲିଣ୍ଡର ସଂଗ୍ରହ ଓ ଯୋଗାଣ ଏହି ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି।

ବିପର୍ଯ୍ୟୟ ସମୟରେ କେବଳ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ନୁହେଁ, ବରଂ ଲୋକଙ୍କ ପାଇଁ ଦୈନନ୍ଦିନ ଜୀବନର ଅତ୍ୟାବଶ୍ୟକ ସେବାକୁ ଅବ୍ୟାହତ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ‘ଶକ୍ତିଗାଁ’ ଅଭିଯାନ ଏହି ଦିଗରେ ସମନ୍ୱୟ, ସହଯୋଗ ଓ ସାମୂହିକ ଦାୟିତ୍ୱବୋଧର ଏକ ଉଦାହରଣ ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking