30.1 C
Bhubaneswar
Sunday, November 1, 2026
Homeଓଡିଶାଦୀପାବଳି ପୂର୍ବରୁ ଖାଇବା ସାମଗ୍ରୀର ଦରଦାମ ବୃଦ୍ଧି !

ଦୀପାବଳି ପୂର୍ବରୁ ଖାଇବା ସାମଗ୍ରୀର ଦରଦାମ ବୃଦ୍ଧି !

ଭୁବନେଶ୍ୱର: ଖାଇବା ସାମଗ୍ରୀ ଦରବୃଦ୍ଧି ଉପରେ ଲାଗୁନାହିଁ ଲଗାମ। ଦିନକୁ ଦିନ ଅହେତୁକ ଭାବେ ବଢ଼ିଚାଲିଛି ତେଜରାତୀ ସାମଗ୍ରୀର ଦରଦାମ। ଦୀପାବଳି ପୂର୍ବରୁ ପୁଣି ବଢିଛି ଗ୍ରୋସରୀ ସାମଗ୍ରୀର ମୂଲ୍ୟ। ଚାଉଳ, ଚିନି ପରେ ଏବେ ମଇଦା, ବେଶନ, ଅଟା, ସୁଜି ଓ ଚିନିର ଦର ବୃଦ୍ଧି ପାଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ ଓ ବ୍ୟବସାୟ।ଦୀପାବଳି ପୂର୍ବରୁ ପୁଣି ବଢିଲା ଖାଇବା ସାମଗ୍ରୀର ଦରଦାମ। ଦୀପାବଳି, ଧନତେରାସରେ ମୁଖ୍ୟତଃ ସମସ୍ତଙ୍କ ଘରେ ଛଣାଛଣି, ପିଠାପଣା ଆସର ଜମେ। ହେଲେ ଦିନକୁ ଦିନ ଗ୍ରୋସରୀ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି। ପୂର୍ବରୁ ତେଲ, ଚାଉଳ ଡାଲି ଦର ବଢ଼ିଥିଲା। ଏବେ ପୁଣି ମଇଦା, ବେଶନ, ଅଟା, ଚିନି ଓ ସୁଜିର ଦରବୃଦ୍ଧି ମାସିକ ଖର୍ଚ୍ଚ ବଜେଟକୁ ବିଗାଡ଼ି ଦେଇଛି । ଦୀପାବଳି ପୂର୍ବରୁ ଗ୍ରୋସରୀ ସାମଗ୍ରୀର ଏଭଳି ଦରବୃଦ୍ଧି ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଚାପ ବଢ଼ାଇଛି । କେବଳ ଖାଉଟି ନୁହଁନ୍ତି ଉଣା ଅଧିକ ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି। ଖାଇବା ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ନେଇ ଅସନ୍ତୋଷ ବଢୁଛି । ପାର୍ବଣ ସମୟରେ ଘରେଘରେ ଅଧିକ ବ୍ୟବହାର ହେଉଥିବା ଚିନି, ମଇଦା, ସୁଜି ଓ ଅଟା ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଗହମ ଓ ଗହମ ଜାତ ଦ୍ରବ୍ୟର ପାଇକାରୀ ଦର ବଢ଼ିଥିବାରୁ ସ୍ୱାଭାବିକ ଭାବେ ଖୁଚୁରା ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking