ଗଞ୍ଜାମ: ବାତ୍ୟା ପରବର୍ତ୍ତୀ ବନ୍ୟା ପରିଚାଳନାରେ ଅବହେଳାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ଭି. କୀର୍ତ୍ତିଭାସନ। ନିଲମ୍ବିତଙ୍କ ମଧ୍ୟରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଏବଂ ଜଣେ ଯୋଗାଣ ନିରୀକ୍ଷକ ରହିଛନ୍ତି ।ସୂଚନା ଅନୁସାରେ, ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତରିଗାଁ ପଞ୍ଚାୟତର ପିଇଓ ଏବଂ ଜଣେ ମାର୍କେଟିଂ ଇନ୍ସପେକ୍ଟରଙ୍କୁ ଜରୁରୀକାଳୀନ ସେବା ଯୋଗାଣ ଓ ବନ୍ୟା ପରିଚାଳନା ଦାୟିତ୍ୱରେ ଅବହେଳା ଅଭିଯୋଗରେ ନିଲମ୍ବନ କରାଯାଇଛି। ଜରୁରୀ ସମୟରେ ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏଥିସହ ଉଭୟଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରିବାକୁ ସୁପାରିଶ କରାଯାଇଛି। ଏନେଇ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ସୂଚନା ଦେଇଛନ୍ତି ।










