30.1 C
Bhubaneswar
Sunday, November 1, 2026
Homeଓଡିଶାଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଦୈନିକ ୬୦ଟି ଗାଡ଼ିକୁ ପ୍ରବେଶ ଅନୁମତି

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଦୈନିକ ୬୦ଟି ଗାଡ଼ିକୁ ପ୍ରବେଶ ଅନୁମତି

ଶାମାଖୁଣ୍ଟା: ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପ୍ରତିବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ। ୨୦୨୬-୨୭ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ସହ ଶିମିଳିପାଳର ମନୋରମ ପ୍ରାକୃତିକ ପରିବେଶ, ସବୁଜିମା, ଜଳପ୍ରପାତ ଓ ବନ୍ୟପ୍ରାଣୀଙ୍କ ଆକର୍ଷଣକୁ ଉପଭୋଗ କରିବାର ସୁଯୋଗ ପାଇବେ ପର୍ଯ୍ୟଟକ।

ପର୍ଯ୍ୟଟକଙ୍କ ସୁବିଧା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରବେଶ ନିୟମାବଳୀ ଜାରି କରାଯାଇଛି। ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ। ୧୮୦ ମିଲିମିଟର ବା ତାଠାରୁ ଅଧିକ ଗ୍ରାଉଣ୍ଡ କ୍ଲିୟରାନ୍ସ ଥିବା ଗାଡ଼ିକୁ ହିଁ ଏଥିପାଇଁ ପ୍ରବେଶ ଅନୁମତି ଦିଆଯିବ।ଯଶିପୁର କାଳିଆମୀ ପ୍ରବେଶ ପଥ ଦେଇ ୩୫ଟି ଏବଂ ବାରିପଦା ପଟୁ ପିଠାବଟା (ଲୁଲୁଙ୍ଗ) ତନଖି ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶିପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ ହେବ। ସମସ୍ତ ପର୍ଯ୍ୟଟକଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ପ୍ରସ୍ଥାନ ଫାଟକ ଛାଡ଼ିବା ବାଧ୍ୟତାମୂଳକ।

ଶିମିଳିପାଳ ଭ୍ରମଣ ପାଇଁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ପଡ଼ିବ। ବନ୍ୟପ୍ରାଣୀ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ କେବଳ www.similipal.org ୱେବସାଇଟ୍ ମାଧ୍ୟମରେ ଏଣ୍ଟ୍ରି ପରମିଟ୍ ମିଳିବ। ପ୍ରତ୍ୟେକ ଗାଡ଼ି ସହ ଜଣେ ଗାଇଡ୍ ନେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।ସେହିପରି ଶିମିଳିପାଳର ପ୍ରମୁଖ ଆକର୍ଷଣ ଜୋରନ୍ଦା ଓ ବରେହିପାଣି ଜଳପ୍ରପାତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ଅପରାହ୍ନ ୪ଟା ସୁଦ୍ଧା ସେଠାରୁ ବାହାରିବାକୁ ପଡ଼ିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking