23.1 C
Bhubaneswar
Friday, November 20, 2026
Homeଓଡିଶାବଡ଼ ବନ୍ୟା ଆଶଙ୍କା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ବଡ଼ ବନ୍ୟା ଆଶଙ୍କା ନାହିଁ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର:ଚଳିତ ବର୍ଷ ଗତଥର ଭଳି ବଡ଼ ଧରଣର ବନ୍ୟା ସୃଷ୍ଟି ହେବାର ଆଶଙ୍କା ନାହିଁ। ରାଜ୍ୟର ବର୍ଷା ଓ ନଦୀଗୁଡ଼ିକର ଜଳପ୍ରବାହ ସ୍ଥିତିକୁ ଅନୁଧ୍ୟାନ କରି ଏଭଳି ଆକଳନ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ। ଏନେଇ ସେ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାକୁ ବାଦ୍‌ ଦେଲେ ରାଜ୍ୟର ଅନ୍ୟ କୌଣସି ଅଞ୍ଚଳରେ ବିଶେଷ ବର୍ଷା ହୋଇନାହିଁ।

ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଗଞ୍ଜାମରେ ଅତ୍ୟଧିକ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ବାହୁଦା ନଦୀର ଜଳସ୍ତର ବୃଦ୍ଧି ପାଇଛି। ତେବେ ଜଳସ୍ତର ବଢ଼ିଥିଲେ ମଧ୍ୟ ଉଭୟ ନଦୀରେ ଜଳପ୍ରବାହ ବର୍ତ୍ତମାନ ସୁଦ୍ଧା ବିପଦ ସଙ୍କେତ ତଳେ ରହିଛି। ନଦୀରେ ଆସୁଥିବା ସମସ୍ତ ଜଳ ସୁରକ୍ଷିତ ଭାବେ ଅତିକ୍ରମ କରିଯିବ ବୋଲି ଆଶା ରଖାଯାଇଛି।ଅନ୍ୟପକ୍ଷରେ ବିଭିନ୍ନ ଜଳଭଣ୍ଡାରର ଜଳସ୍ଥିତି ମଧ୍ୟ ନିୟନ୍ତ୍ରଣରେ ରହିଛି। ବର୍ତ୍ତମାନ ଡହରେ ୪୪ ପ୍ରତିଶତ, ବାଘୁଆରେ ୭୦ ପ୍ରତିଶତ, ଘୋଡ଼ାହାଡ଼ରେ ୫୮ ପ୍ରତିଶତ, ବାଘଲଟୀରେ ୬୦ ପ୍ରତିଶତ ଏବଂ ହରଭଙ୍ଗୀ ଜଳଭଣ୍ଡାରରେ ୫୪ ପ୍ରତିଶତ ଜଳ ରହିଛି। ଜଳପ୍ରବାହ ଉପରେ ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking