ଭୁବନେଶ୍ୱର: ତ୍ରୁଟିଶୂନ୍ୟ ପୁସ୍ତକ ମୁଦ୍ରଣ ପ୍ରସଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ପାଠ ପୁସ୍ତକ କମିଟି ଦ୍ୱାରା ଯାଞ୍ଚ କରାଯାଇଥିବା ସତ୍ତ୍ୱେ ବିଗତ ଦିନରେ ପ୍ରକାଶିତ ପୁସ୍ତକଗୁଡିକରେ କୌଣସି ତ୍ରୁଟି ପରିଲକ୍ଷିତ ହୋଇଛି କିନାହିଁ, ଯଦି ହଁ ତେବେ ସେଥିପାଇଁ କାହାକୁ ଦାୟୀ କରାଯାଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଏହି ସଂସଶୋଧନ ତଥା ତ୍ରୁଟିମୁକ୍ତ ପାଠ୍ୟପୁସ୍ତକ କେଉଁ ତାରିଖ ସୁଦ୍ଧା ବିତରଣ ଶେଷ ହେବ । ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ତ୍ରୁଟିଶୂନ୍ୟ ପୁସ୍ତକ ମୁଦ୍ରଣ ଏବଂ ବିତରଣ ପ୍ରକ୍ରିୟା ଜାରି ରହିଛି । ସମୀକ୍ଷକ, ସଂଯୋଜକ, ସଂଶୋଧକ ତଥା କୋରକମିଟିର ସଦସ୍ୟମାନଙ୍କ ସଂମ୍ପୃକ୍ତ ବିଷୟ ପ୍ରତି ଥିବା ବିଶେଷଜ୍ଞତା ଓ ଅଭିଜ୍ଞତାର ଯୋଗ୍ୟତା ଅଛି । ଅବସରପ୍ରାପ୍ତ ଅଧ୍ୟକ୍ଷ, ଅଧ୍ୟାପକ, ଅବସରପ୍ରାପ୍ତ ଅଧ୍ୟକ୍ଷ, ଶିକ୍ଷକ, ସହ ନିର୍ଦ୍ଦେଷକ , ଶିକ୍ଷା ଶିକ୍ଷକ, ସହ ପ୍ରଧ୍ୟାପକ, ଜାତୀୟ ସ୍ତରରେ ପୁରସ୍କୃତ ମାନ୍ୟତା ପ୍ରାପ୍ତ ଶିକ୍ଷକ ଆଦି ସଦସ୍ୟ ଥିଲେ । ସମୁଦାୟ ୧୦ ଜମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟ ଶିକ୍ଷକ ଶିକ୍ଷା ଗବେଷଣା ଏବଂ ତାଲିିମ ନିର୍ଦ୍ଦେଶାଳୟର ପୂର୍ବତନ ନିର୍ଦ୍ଦେଶକଙ୍କ ସମେତ ୩ ଜଣ ସହ ନିର୍ଦ୍ଦେଶକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ୬ ଜଣ ସହ – ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବର୍ତ୍ତମାନ ସୁଦ୍ଧା, ଓଡିଆ, ଇଂରାଜୀ, ଉର୍ଦ୍ଦୁ, ସାମାଜିକ ବିଜ୍ଞାନ ଓ ବିଜ୍ଞାନ ବିଷୟଗୁଡିକର ମୋଟ ୭୭,୮୭,୪୫୭ ତ୍ରୁଟିମୁକ୍ତ ପାଠ୍ୟପୁସ୍ତକର ମୁଦ୍ରଣ ଓ ବିତରଣ ପ୍ରକ୍ରିୟା ସରିଛି ।










