23.1 C
Bhubaneswar
Friday, November 20, 2026
Homeଓଡିଶାରାଜ୍ୟବ୍ୟାପୀ ରାତ୍ରିକାଳୀନ ପାଟ୍ରୋଲିଂ ଓ ବନ୍ୟା ନିରୀକ୍ଷଣକୁ ତୀବ୍ର କଲା ଜଳ ସମ୍ପଦ ବିଭାଗ

ରାଜ୍ୟବ୍ୟାପୀ ରାତ୍ରିକାଳୀନ ପାଟ୍ରୋଲିଂ ଓ ବନ୍ୟା ନିରୀକ୍ଷଣକୁ ତୀବ୍ର କଲା ଜଳ ସମ୍ପଦ ବିଭାଗ

ଭୁବନେଶ୍ୱର : ବାତ୍ୟା ଅକଭାନ୍‌ର ମୁକାବିଲା ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସମ୍ବେଦନଶୀଳ ନଦୀ ଅବବାହିକା, ଜଳଭଣ୍ଡାର, ବ୍ୟାରେଜ୍‌ ଓ ଜଳ ନିଷ୍କାସନ ବ୍ୟବସ୍ଥାରେ ରାତ୍ରିକାଳୀନ ପାଟ୍ରୋଲିଂ ଓ ୨୪ ଘଣ୍ଟିଆ ନିରୀକ୍ଷଣକୁ ଜୋରଦାର କରାଯାଇଛି।

ଗଞ୍ଜାମ ଜିଲ୍ଲାରେ ଋଷିକୁଲ୍ୟା, ବଡ଼ନଦୀ, ଘୋଡ଼ାହାଡ଼, ଲୋହରାଖଣ୍ଡି, ବାଘୁଆ ଓ ଧନେଇ ନଦୀର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ରାତ୍ରିକାଳୀନ ନିରୀକ୍ଷଣ ଚାଲିଛି। ଭଞ୍ଜନଗର ସ୍ପିଲୱେ, ବାଘୁଆ ଡ୍ୟାମ୍‌, ଦାହା ଡ୍ୟାମ୍‌, ପଦ୍ମା ବ୍ୟାରେଜ୍‌, ସୋରଡ଼ା ଜଳଭଣ୍ଡାର ଓ ଜାନିବିଲି ଆନିକଟ ସମେତ ପ୍ରମୁଖ ଜଳସେଚନ ସଂରଚନା ଉପରେ ମଧ୍ୟ ନଜର ରଖାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୁଲିସ ଓ ସ୍ଥାନୀୟ ପ୍ରଶାସନ ସହ ମିଳିତ ପାଟ୍ରୋଲିଂ କରାଯାଉଛି।

ସେହିପରି ହରଭଙ୍ଗୀ ଜଳଭଣ୍ଡାର ଏବଂ ବଂଶଧାରା ନଦୀର କୋଟୁରୁ ଗ୍ରାମ ନିକଟସ୍ଥ ଦକ୍ଷିଣ ପାର୍ଶ୍ୱ ବନ୍ଧ, ଗୁଣପୁର ହାଇଲେଭଲ୍‌ ବ୍ରିଜ୍‌ ଓ ସିଡବ୍ଲ୍ୟୁସି ଗଜ୍‌ ଷ୍ଟେସନ୍‌ ଅଞ୍ଚଳରେ ନିରୀକ୍ଷଣ ଜାରି ରହିଛି। ବ୍ରାହ୍ମଣୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ତଥା ବେସିନ୍‌ ମ୍ୟାନେଜର, ସମଲ ବ୍ୟାରେଜ୍‌ ପରିଦର୍ଶନ କରି ବରିଷ୍ଠ ଯନ୍ତ୍ରୀ ଓ ବୈଷୟିକ କର୍ମଚାରୀଙ୍କ ସହ ପ୍ରସ୍ତୁତି ସମୀକ୍ଷା କରିଛନ୍ତି।

ଗୋଲନ୍ଥରା ଆନିକଟ, ଜୟମଙ୍ଗଳ ଆନିକଟ, ଘୋଡ଼ାହାଡ଼ ନଦୀବନ୍ଧ ଓ ତାଭାପଲ୍ଲୀ ଡାଇଭର୍ସନ୍‌ ୱିୟର୍‌ ସମେତ ଅନ୍ୟାନ୍ୟ ବିପଦପ୍ରବଣ ସ୍ଥାନରେ ମଧ୍ୟ କ୍ଷେତ୍ର କର୍ମଚାରୀମାନେ ନିରୀକ୍ଷଣ ଜାରି ରଖିଛନ୍ତି। ବ୍ରହ୍ମପୁର ମହାନଗର ଅଞ୍ଚଳରେ ଡ୍ରେନେଜ୍‌ ବିଭାଗ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଇଛି। ଚାଟ୍ରପୁରର ପୋଟଲାମପୁର ନିକଟସ୍ଥ ଋଷିକୁଲ୍ୟା ନଦୀବନ୍ଧ ମଧ୍ୟ ପରିଦର୍ଶନ କରାଯାଇ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking