22.1 C
Bhubaneswar
Saturday, November 14, 2026
Homeଓଡିଶାବସ୍ତିରେ ଅପରାଧୀଙ୍କୁ ଖୋଜୁଛି ପୁଲିସ: ରାତି ଅଧରେ ନିଜେ ଫିଲ୍ଡକୁ ଓହ୍ଲାଇଲେ DCP

ବସ୍ତିରେ ଅପରାଧୀଙ୍କୁ ଖୋଜୁଛି ପୁଲିସ: ରାତି ଅଧରେ ନିଜେ ଫିଲ୍ଡକୁ ଓହ୍ଲାଇଲେ DCP

ଭୁବନେଶ୍ୱର:  ରାଜଧାନୀରେ ଅପରାଧ ରୋକିବାକୁ କମିଶନରେଟ୍ ପୁଲିସର ନାଇଟ୍ ଅପରେସନ । ବସ୍ତି ଅଞ୍ଚଳରେ ବଢ଼ୁଥିବା ଅପରାଧ ଓ ଅପରାଧୀଙ୍କ ଗତିବିଧି ଉପରେ ଲଗାମ ଲଗାଇବାକୁ ଆକ୍ସନ୍ ମୋଡ୍‌ରେ ପୁଲିସ । ଅପରାଧପ୍ରବଣ ଅଞ୍ଚଳ ଚିହ୍ନଟ କରି ଚାଲିଛି ଚଢ଼ାଉ ଓ ନାକାବନ୍ଦୀ । ରାତିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ଫୁଟ୍ ପାଟ୍ରୋଲିଂକୁ ମଧ୍ୟ ବଢ଼ାଇ ଦିଆଯାଇଛି ।ଏହି ଅପରେସନରେ ନିଜେ ସାମିଲ ହୋଇଛନ୍ତି ଭୁବନେଶ୍ୱର DCP ଡକ୍ଟର ସର୍ବଣା ବିବେକ ଏମ୍ । ବସ୍ତି ଅଞ୍ଚଳକୁ ଯାଇ ସ୍ଥିତି ଯାଞ୍ଚ କରିବା ସହ ଦକ୍ଷ ଅଧିକାରୀଙ୍କୁ ନେଇ ନାକାବନ୍ଦୀ ଓ ଚଢ଼ାଉ ଜାରି ରଖିଛନ୍ତି। ବସ୍ତିରେ ନିଶା କାରବାର ଓ ନିଶା ସେବନ କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି ।

ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ କରି ସେମାନଙ୍କ ଅପରାଧିକ ନେଟୱର୍କକୁ ଭାଙ୍ଗିବା ହେଉଛି କମିଶନରେଟ୍ ପୋଲିସର ମୁଖ୍ୟ ଲକ୍ଷ୍ୟ । ଅନ୍ୟପଟେ, ଗତକାଲି ସ୍ପେଶାଲ୍ ସ୍କ୍ୱାଡ୍ ଦୁଇଟି ବନ୍ଧୁକ ଜବତ କରିବା ପରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାରକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି । ବନ୍ଧୁକ କେଉଁଠୁ ଆସୁଛି ଏବଂ ଏହି କାରବାର ପଛରେ କେଉଁମାନେ ଅଛନ୍ତି, ତାହାର ତଦନ୍ତ ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ରାଜଧାନୀରେ ଅପରାଧ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ରୋକ୍ ଲଗାଇବାକୁ ପୋଲିସର ଏହି ନାଇଟ୍ ଅପରେସନ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking