ଭୁବନେଶ୍ୱର : ଅଡ଼ୁଆରେ ପୁଣି ରାଜା ଚକ୍ର। ତିନି ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ। ବାଲେଶ୍ୱର ଜେଲରୁ ତାଙ୍କୁ ରିମାଣ୍ଡରେ ଆଣୁଛି ଇଓଡବ୍ଲୁ ଟିମ୍। ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଓ ଆର୍ଥିକ ହେରଫେର ଅଭିଯୋଗ ସଂପର୍କିତ ନୂଆ ମାମଲାରେ ତଦନ୍ତ କରିବ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇ ବାଲେଶ୍ୱର ଜେଲରେ ଥିଲେ ରାଜା। ଏବେ ଆଉ ଜଣେ ମହିଳାଙ୍କ ଅଭିଯୋଗ ପରେ ନୂଆ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ନେଇଛି ଇଓଡବ୍ଲୁ।
ସୂଚନା ଅନୁସାରେ, ପୂର୍ବରୁ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ ସଂପର୍କିତ ଆର୍ଥିକ ହେରଫେର ମାମଲାରେ ରାଜା ଚକ୍ର ଗିରଫ ହୋଇଥିଲେ। ଏହି ମାମଲାରେ ସେ ବାଲେଶ୍ୱର ଜେଲରେ ରହିଥିଲେ। ତେବେ ଏବେ ତାଙ୍କ ବିରୋଧରେ ଆଉ ଜଣେ ମହିଳା ଅଭିଯୋଗ କରିବା ପରେ ନୂଆ ମାମଲା ସାମ୍ନାକୁ ଆସିଛି। ଏହି ଅଭିଯୋଗ ଆଧାରରେ ମାମଲାର ବିଭିନ୍ନ ଦିଗ ନେଇ ପଚରାଉଚରା କରିବାକୁ ଇଓଡବ୍ଲୁ ତାଙ୍କୁ ତିନି ଦିନ ପାଇଁ ରିମାଣ୍ଡରେ ନେଇଛି। ରିମାଣ୍ଡ ସମୟରେ ଅଭିଯୋଗ ସଂପର୍କିତ ତଥ୍ୟ ଓ ଆର୍ଥିକ କାରବାରର ଦିଗକୁ ନେଇ ତଦନ୍ତ କରାଯିବ। ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଏବଂ ଆର୍ଥିକ ହେରଫେର ଅଭିଯୋଗ ସଂପର୍କିତ ମାମଲାରେ ଏବେ ତଦନ୍ତ କରିବ ଇଓଡବ୍ଲୁ।










