24.1 C
Bhubaneswar
Monday, November 16, 2026
Homeଦେଶ ବିଦେଶପିକ୍‌ଅପ୍‌-ଏସ୍‌ୟୁଭି ଧକ୍କାରେ ୫ ମୃତ: ୧୧ ଆହତ

ପିକ୍‌ଅପ୍‌-ଏସ୍‌ୟୁଭି ଧକ୍କାରେ ୫ ମୃତ: ୧୧ ଆହତ

ଚଣ୍ଡିଗଡ଼: ପଞ୍ଜାବର ଫାଜିଲ୍କାରେ ରବିବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଏକ ପିକଅପ୍ ଟ୍ରକ୍ ଓ ଏକ ଏସ୍‌ୟୁଭି ମଧ୍ୟରେ ଜୋରଦାର ଧକ୍କା ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ତିନି ଜଣ ପିଲାଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ସମସ୍ତ ମୃତାହତ ଗୋଟିଏ ଏସ୍‌ୟୁଭିରେ ଥିଲେ। ସେମାନେ ସମସ୍ତେ ତିୱାନା କଲାନ ଗାଁର ବାସିନ୍ଦା ଓ କରଣୀ ଖେରା ଗାଁରେ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିଲେ। ଟ୍ରକ୍ ଓ ଏକ ଏସ୍‌ୟୁଭି ମଧ୍ୟରେ ଧକ୍କା ଏତେ ତୀବ୍ର ଥିଲା ଦୁର୍ଘଟଣାର ଶବ୍ଦରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ସେମାନେ କ୍ଷତିଗ୍ରସ୍ତ ଗାଡ଼ି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ। ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ପଠାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking