28.1 C
Bhubaneswar
Friday, November 13, 2026
Homeଓଡିଶାତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା ଟ୍ରକ୍! ୨ ଗୁରୁତର, ୧୦ରୁ ଅଧିକ ଆହତ

ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା ଟ୍ରକ୍! ୨ ଗୁରୁତର, ୧୦ରୁ ଅଧିକ ଆହତ

ଯାଜପୁର: ଭୋର୍ ସମୟରେ ହଠାତ୍ ଶୁଭିଲା ଜୋରଦାର ଧକ୍କାର ଶବ୍ଦ । ଆଖି ପିଛୁଳାକେ ବସ୍ ଭିତରେ ଖେଳିଗଲା ଆତଙ୍କ । ପଶ୍ଚିମବଙ୍ଗରୁ ପ୍ରାୟ ୫୫ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ୍ ପୁରୀ ଅଭିମୁଖେ ଆସୁଥିଲା । ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଗଲା ଅଘଟଣ । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା ତୀର୍ଥଯାତ୍ରୀ ବସ୍‌ଟି ।ଧକ୍କା ଯୋଗୁଁ ବସ୍‌ରେ ଥିବା ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡ଼ିଥିଲା ପୂରା ଅଞ୍ଚଳ । ଖବର ପାଇ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ ବସ୍‌ରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲା ।ତେବେ ଏହି ଦୁର୍ଘଟଣା ପରେ ପୁଣି ସାମ୍ନାକୁ ଆସିଛି ଜାତୀୟ ରାଜପଥରେ ବେଆଇନ ପାର୍କିଂର ସମସ୍ୟା । ନିୟମ ଅନୁସାରେ ଜାତୀୟ ରାଜପଥ ଉପରେ ଗାଡ଼ି ପାର୍କିଂ କରିବା ନିଷିଦ୍ଧ । ହେଲେ ଅନେକ ସ୍ଥାନରେ ଟ୍ରକ୍‌ଗୁଡ଼ିକ ରାସ୍ତାକଡ଼ରେ ମନଇଚ୍ଛା ଛିଡ଼ା ହୋଇ ରହୁଛନ୍ତି । ଫଳରେ ରାତି ଓ ଭୋର୍ ସମୟରେ ଏହା ଅନ୍ୟ ଗାଡ଼ି ଚାଳକଙ୍କ ପାଇଁ ବିପଦ ସାଜୁଛି । ପରିବହନ ବିଭାଗ ଓ ସମ୍ପୃକ୍ତ ଅଧିକାରୀଙ୍କ ନିୟମିତ ଯାଞ୍ଚ ଓ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking