29.1 C
Bhubaneswar
Friday, November 13, 2026
Homeଦେଶ ବିଦେଶଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର! ୪୯୪ରେ ପହଞ୍ଚିଲା ଏକ୍ୟୁଆଇ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଭୟଙ୍କର! ୪୯୪ରେ ପହଞ୍ଚିଲା ଏକ୍ୟୁଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡ଼ିଛି। ଶୁକ୍ରବାର ସକାଳେ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୯୪ରେ ପହଞ୍ଚିଛି। ସକାଳ ୭ଟା ୩୧ ମିନିଟ୍‌ରେ ଏହି ସ୍ତର ରେକର୍ଡ କରାଯାଇଥିଲା। ଏହା ଫଳରେ ଦିଲ୍ଲୀର ବାୟୁ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି। ଘନ କୁହୁଡ଼ି ଓ ପ୍ରଦୂଷଣର ମିଶ୍ରିତ ଆସ୍ତରଣରେ ସମଗ୍ର ରାଜଧାନୀ ଢାଙ୍କି ହୋଇଯାଇଥିବାବେଳେ ଅନେକ ସ୍ଥାନରେ ଦୃଶ୍ୟମାନ ଦୂରତା ମଧ୍ୟ ହ୍ରାସ ପାଇଛି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ (ସିପିସିବି)ର ତଥ୍ୟ ଅନୁଯାୟୀ, ଆଇଆଇଟି ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୮୮ ରେକର୍ଡ ହୋଇଛି। ସେହିପରି ଆଇଟିଓରେ ୪୫୫, ଆନନ୍ଦ ବିହାରରେ ୪୧୯, ରୋହିଣୀରେ ୪୧୩ ଏବଂ ରାଜୋକରୀ ସୀମା ଅଞ୍ଚଳରେ ୪୦୨ ରହିଛି। ଏହି ସବୁ ଅଞ୍ଚଳର ବାୟୁ ଗୁଣବତ୍ତା ଅତି ଖରାପ ଓ ଗମ୍ଭୀର ସ୍ତରରେ ରହିଛି।

ଅନ୍ୟପକ୍ଷରେ ଆର୍‌କେ ପୁରମ୍‌ରେ ଏକ୍ୟୁଆଇ ୩୯୧, ମନ୍ଦିର ମାର୍ଗରେ ୩୭୮, ଦ୍ୱାରକା ଏକ୍ସପ୍ରେସ୍‌ୱେରେ ୩୬୯, ଉତ୍ତମ ନଗରରେ ୩୬୩ ଓ ଲୋଧି ରୋଡ୍‌ରେ ୩୪୧ ରେକର୍ଡ ହୋଇଛି। ତେବେ ଧୌଲାକୁଆଁ ଅଞ୍ଚଳରେ ଏହା ୧୬୧ ରହିଥିବାରୁ ସେଠାରେ ପ୍ରଦୂଷଣର ସ୍ଥିତି ତୁଳନାତ୍ମକ ଭାବେ କମ୍‌ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ସହରର ବିଭିନ୍ନ ସ୍ଥାନରେ ପାଣି ସିଞ୍ଚନ ଯନ୍ତ୍ର ନିୟୋଜିତ କରିଛନ୍ତି। ଏହାଦ୍ୱାରା ବାୟୁରେ ଥିବା ଧୂଳିକଣାର ପ୍ରଭାବ କମାଇବାକୁ ଉଦ୍ୟମ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking