28.1 C
Bhubaneswar
Wednesday, November 11, 2026
Homeଓଡିଶାସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ଚାଲିଛି ମା’ଙ୍କ ସପ୍ତମାତୃକା ବେଶର ପୂଜାର୍ଚ୍ଚନା। ଦୁର୍ଗତିନାଶିନୀ, ମହିଷାସୁରମର୍ଦ୍ଦିନୀ ମା’ ଦୁର୍ଗାଙ୍କ ସ୍ୱରୂପରେ ଆଜି ସଜ୍ଜିତ ହୋଇଛନ୍ତି ମା’ ଭଦ୍ରକାଳୀ। ସିଂହ ଉପରେ ବିରାଜମାନ କରିଛନ୍ତି ମା’। ହାତରେ ଶୋଭା ପାଉଛି ତ୍ରିଶୂଳ, ଖଡ୍ଗ ଓ ଚକ୍ର ଭଳି ଦିବ୍ୟ ଅସ୍ତ୍ରଶସ୍ତ୍ର। ମହିଷାସୁରକୁ ବଧ କରି ଅଧର୍ମ ଉପରେ ଧର୍ମର ବିଜୟ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ବାର୍ତ୍ତା ଦେଉଛନ୍ତି ମା’।ମା’ଙ୍କର ଏହି ସିଂହବାହିନୀ ରୂପ ଶକ୍ତି, ସାହସ ଓ ଧର୍ମର ପ୍ରତୀକ। ଭକ୍ତମାନଙ୍କର ଅତୁଟ ବିଶ୍ୱାସ ରହିଛି, ଏହି ଦିବ୍ୟ ବେଶରେ ମା’ଙ୍କୁ ଦର୍ଶନ କଲେ ମଣିଷ ମନରୁ ରାକ୍ଷସ ପ୍ରବୃତ୍ତି, ଗର୍ବ, ଅହଂକାର, କ୍ରୋଧ, ମୋହ ଓ ମାୟା ଦୂର ହୋଇଥାଏ। ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଭ ହୋଇଥାଏ ବୋଲି ରହିଛି ଧାର୍ମିକ ମାନ୍ୟତା।ମା’ଙ୍କ ଏହି ଅପୂର୍ବ ବେଶ ଦର୍ଶନ ପାଇଁ କେବଳ ଭଦ୍ରକ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲା ସହ ରାଜ୍ୟ ବାହାରୁ ମଧ୍ୟ ଛୁଟି ଆସୁଛନ୍ତି ଅନେକ ଶ୍ରଦ୍ଧାଳୁ। ପୀଠରେ ଭକ୍ତିମୟ ପରିବେଶ ସାଙ୍ଗକୁ ଜୟ ମା’ ଭଦ୍ରକାଳୀ ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ। ଶକ୍ତି ଓ ଆରାଧନାର ଏହି ଅପୂର୍ବ ମିଳନ ଭକ୍ତଙ୍କ ମନରେ ଭରିଦେଉଛି ଆଧ୍ୟାତ୍ମିକ ଉତ୍ସାହ। ସିଂହବାହିନୀ ବେଶରେ ମା’ଙ୍କ ଦର୍ଶନ ପାଇଁ ଭଦ୍ରକାଳୀ ପୀଠରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking