ନୂଆଦିଲ୍ଲୀ: ଆଇପିଏଲ ୨୦୨୭ ପାଇଁ ପ୍ରସ୍ତୁତି ଜୋରଦାର ହେଉଛି । ପରବର୍ତ୍ତୀ ସିଜିନ ପୂର୍ବରୁ ସମସ୍ତ ଦଳ ଟ୍ରେଡ କରୁଥିବା ଦେଖାଯାଉଛି । ଆଇପିଏଲ ୨୦୨୭ର ସବୁଠାରୁ ବଡ ଟ୍ରେଡ ହୋଇସାରିଛି । ପଞ୍ଜାବ କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚୁକ୍ତି ଏବେ ଚୂଡାନ୍ତ ହୋଇଛି । ଏବଂ ଏହା ଏବେ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି। ଅର୍ଶଦୀପ ସିହଂ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି , ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବ କିଙ୍ଗସ ଦଳରେ ଏକ ଚମତ୍କାର ପ୍ରବେଶ କରିଛନ୍ତି । ଯାହା ଉଭୟ ଦଳକୁ ଯଥେଷ୍ଟ ଲାଭ ଦେଇଛି । ଆଇପିଏଲ ୨୦୨୬ ରେ ପଞ୍ଜାବ କିଙ୍ଗସ ଏକ ଭଲ ଆରମ୍ଭର ଫାଇଦା ଉଠାଇପାରି ନଥିଲା ଏବଂ ପ୍ଲେଅଫରେ ପହଞ୍ଚିପାରିନଥିଲା । ଫଳସ୍ୱରୁପ, ପଞ୍ଜାବକୁ ଜଣେ ମ୍ୟାଚ ବିଜୟୀ, ଖେଳାଳିଙ୍କ ଆବଶ୍ୟକତା ଥିଲା । ତେଣୁ ସେମାନେ ଏବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ଖେଳିବାରେ ଦେଖାଯିବେ । ପାଣ୍ଡ୍ୟା ୧୬.୩୫ କୋଟି ବଦଳରେ ୧୮ କୋଟି ପାଇବେ । ଆଇପିଏଲ ୨୦୨୦ ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଲଗାତାର ବିଫଳ ହେଉଛି । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗତ ସିଜନରେ ତାଙ୍କ ପ୍ରଦର୍ଶନକୁ ବହୁତ ନିରାଶ କରିଥିଲେ । ମୋଟାମୋଟି ଭାବରେ ପାଣ୍ଡ୍ୟା ଆଇପିଏଲରେ ୧୬୨ ମ୍ୟାଚ ଖେଳି ୨୭. ୮୭ ହାରାହାରି ୨୯୫୫ ରନ କରିଛନ୍ତି , ୧୪୬.୨୮ଷ୍ଟ୍ରାଇକ ରେଟ ସହିତ । ତାଙ୍କ ବୋଲିଂରେ ପାଣ୍ଡ୍ୟା, ୧୧୬ ଇନିଂସରେ ୩୩.୫୪ ହାରରେ ଏବଂ ୯. ୩୫ ଇକୋନୋମି ହାରରେ ୮୨ଟି ୱିକେଟ ନେଇଛନ୍ତି ।










