ଭୁବନେଶ୍ୱର: ଗଞ୍ଜାମରେ ବନ୍ୟା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ପ୍ରେସମିଟ କରି ଆସିଥିବା ଅଭିଯୋଗ ନେଇ ଉତ୍ତର ରଖିଛନ୍ତି ସିଏସ ଅନୁ ଗର୍ଗ । କହିଛନ୍ତି, ଅଦ୍ଭୁତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲା । ଲଗାତାର ୩ ଦିନ ବର୍ଷା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହେଲା । ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିମି ବର୍ଷା ହୋଇଥିଲା । ୧୯୯୦ ଓ ୨୦୧୩ରେ ହୋଇଥିବା ପ୍ରବଳ ବର୍ଷାଠୁ ବି ଅଧିକ ଥିଲା । ମାତ୍ର ଡ୍ୟାମରୁ ଜଳ ନିଷ୍କାସନ ନେଇ ଯାହା କରାଯିବା କଥା କଥା କରାଯାଇଛି । ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଆରୋପ ନେଇ ମତ ମଧ୍ୟ ରଖିଛନ୍ତି । ସେହିପରି ସାମ୍ବାଦିକଙ୍କର ଏନେଇ ହୋଇଥିବା ପ୍ରଶ୍ନରେ ଉତ୍ତର ରଖିଛନ୍ତି । କହିଛନ୍ତି, ମୁଁ ଏନେଇ ଶୁଣିଛି, ସେଣ୍ଟ୍ରାଲ ଟିମ ରିପୋର୍ଟ ଦେଇ ସାରିଛନ୍ତି । ସେଣ୍ଟ୍ରାଲ ଟିମ ଅଦ୍ଭୂତପୂର୍ବ ବର୍ଷା ପାଇଁ ପରିସ୍ଥିତି ସୃଷ୍ଟି ହେଲା । ବିଦ୍ୟୁତ ଓ ପିଇବା ପାଣି ଆଦି ନେଇ ସମସ୍ୟା ପ୍ରାୟତଃ ଦୂର ହୋଇସାରିଛି । କାଲି ସରକାରଙ୍କ ବନ୍ୟା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଥିଲେ ନବୀନ ।










