ରାଉରକେଲା: ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ସାମାଜିକ ସଂଗଠନ ‘ମୋହଲ୍ଲେ ମସ୍ତାନେ’ର ସଦସ୍ୟମାନଙ୍କୁ ଭେଟି ସେମାନଙ୍କର ସାମାଜିକ କାର୍ଯ୍ୟ ଓ ପ୍ରୟାସ ସମ୍ପର୍କରେ ଆଲୋଚନା କରିଥିଲେ।ସମାଜରେ ବୁଲା ପଶୁପକ୍ଷୀଙ୍କ ପାଇଁ ଏକ ସୁରକ୍ଷିତ ଓ ସହାନୁଭୂତିପୂର୍ଣ୍ଣ ପରିବେଶ ଗଠନ କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ। ମଣିଷ ଓ ପଶୁପକ୍ଷୀଙ୍କ ମଧ୍ୟରେ ସୁସ୍ଥ ସହାବସ୍ଥାନ ଏବଂ ମାନବିକତାର ଭାବନାକୁ ଆଗକୁ ବଢ଼ାଇବା ଦିଗରେ ସଂଗଠନର ଏହି ପ୍ରୟାସକୁ ବିଧାୟକ ଶ୍ରୀ ନାୟକ ପ୍ରଶଂସା କରିଥିଲେ। ସମାଜରେ ସମସ୍ତ ଜୀବଜନ୍ତୁଙ୍କ ପ୍ରତି ଦୟା, ସହାନୁଭୂତି ଓ ଦାୟିତ୍ୱବୋଧ ରହିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିବା ସହ ସଂଗଠନର ଆଗାମୀ ସକାରାତ୍ମକ ପଦକ୍ଷେପଗୁଡ଼ିକର ସଫଳତା କାମନା କରିଥିଲେ।










