ଭୁବନେଶ୍ୱର: ରାଜ୍ୟରେ ପଡିଲାଣି ଥଣ୍ଡା । ୫ଟି ସହରରେ ୧୫ ଡିଗ୍ରୀ ତଳକୁ ରହିଛି । ବର୍ତ୍ତମାନ ୧୪ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭବ କରିବେ ଲୋକ । ୧୫ରୁ ସାମାନ୍ୟ ବଢିବ ପାରଦ । ୧୮ରୁ ପୁଣି ଶୀତ ଅନୁଭୂତ ହେବ । ତାମିଲନାଡୁରେ ହେବାକୁ ଥିବା ସିଷ୍ଟମ ପ୍ରଭାବରେ ରାଜ୍ୟରେ ମଧ୍ୟ ବର୍ଷା ହେବ । ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡିଶାରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ । ୨୨ରୁ ଅଧିକ ଖସିବ ପାରଦ । ବର୍ତ୍ତମାନ ରାଜ୍ୟରେ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଛି ।ଯାହା ଫଳରେ ଶୀତ ଅନୁଭବ ହେଉଥିବା ସେ କହିଛନ୍ତି ।










