23.1 C
Bhubaneswar
Tuesday, November 10, 2026
Homeଓଡିଶାଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଆତଙ୍କ

ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଆତଙ୍କ

ସମ୍ବଲପୁର  : ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣି ମହାବଳ ବାଘର ଉପସ୍ଥିତି ଜଣାପଡ଼ିଛି। ଅଭୟାରଣ୍ୟରେ ଲଗାଯାଇଥିବା ଆରବିଟି (RBT) କ୍ୟାମେରାରେ ବାଘର ଚିତ୍ର କଏଦ ହୋଇଛି। ଏହା ସହ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ମଧ୍ୟ ବାଘକୁ ଦେଖିଥିବା ସୂଚନା ମିଳିଛି। ଏହି ଘଟଣା ପରେ ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି।

ସୂଚନା ଅନୁସାରେ, ଗତ ଚାରି ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଉପସ୍ଥିତି ଠାବ ହୋଇଛି। ଦେଚୁଆଁ-ଲଖନପୁର ଜଙ୍ଗଲ ଦେଇ ବାଘଟି ଦେବ୍ରିଗଡ଼ ଅଭୟାରଣ୍ୟକୁ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ତେବେ ବାଘଟି କେଉଁ ଅଞ୍ଚଳରୁ ଆସିଛି, ତାହାର ବୟସ ଓ ପରିଚୟ କ’ଣ, ସେନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।

ବାଘର ଗତିବିଧି ଏବଂ ପରିଚୟ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପାଇବା ପାଇଁ କ୍ୟାମେରାରେ କଏଦ ହୋଇଥିବା ଫଟୋକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (NTCA) ଏବଂ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ (WII)ର ବିଶେଷଜ୍ଞଙ୍କ ନିକଟକୁ ପଠାଯିବ। ବିଶେଷଜ୍ଞମାନେ ଫଟୋର ବିଶ୍ଳେଷଣ କରିବା ପରେ ବାଘ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ।

ଅନ୍ୟପଟେ, ମହାବଳର ଉପସ୍ଥିତି ଜଣାପଡ଼ିବା ପରେ ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବଢ଼ାଯାଇଛି। ବାଘର ଗତିବିଧି ଉପରେ ନଜର ରଖିବା ସହ ଜଙ୍ଗଲର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ଦେବ୍ରିଗଡ଼ରେ ମହାବଳର ପୁନଃ ଉପସ୍ଥିତି ବନ୍ୟପ୍ରାଣୀ ସଂରକ୍ଷଣ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking