26.1 C
Bhubaneswar
Wednesday, November 4, 2026
Homeଓଡିଶା୧୩ରେ ପୁଣି ଲଘୁଚାପ !

୧୩ରେ ପୁଣି ଲଘୁଚାପ !

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ମୁରାସୁ’ ପ୍ରଭାବରୁ ଓଡ଼ିଶା ବର୍ତ୍ତି ଯାଇଛି। ଏହି ବାତ୍ୟା ଗତ ରାତିରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିଥିବା ବେଳେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନାହିଁ। ଏହା ପ୍ରଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର କୌଣସି ଜିଲା ବିଶେଷ ପ୍ରଭାବିତ ହୋଇନାହିଁ। କିନ୍ତୁ, ଗତ ୨୪ଘଣ୍ଟାରେ ସାରା ରାଜ୍ୟରେ ହାରାହାରି ୨ ମିମି ବର୍ଷା ହୋଇଛି। ପୁରୀରେ ୧୩.୬ମିମି ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୧୮.୨ମିମି, ପାରଳାଖେମୁଣ୍ଡିରେ ୧୬ମିମି, ଗୋପାଳପୁର ୧୨.୯ମିମି ବର୍ଷା ହୋଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା ଆଦି ଜିଲାଗୁଡ଼ିକରେ ୧୦ ମିମିରୁ କମ୍‌ ବର୍ଷା ହୋଇଛି। ଭୀଷଣ ବାତ୍ୟା ‘ମୁରାସୁ’ ସ୍ଥଳଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ବାତ୍ୟା​‌ରେ ପରିଣତ ହୋଇଛି। ‘ମୁରାସୁ’ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ଏବଂ ମଙ୍ଗଳବାର ମଧ୍ୟ ରାତିରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking