26.1 C
Bhubaneswar
Wednesday, November 4, 2026
Homeଓଡିଶାପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ପୁରୀ   : ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର । ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ତାଙ୍କର ଶେଷକୃତ୍ୟ । ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା ବେଳେ ରାଷ୍ଟ୍ରୀୟ ସମ୍ମାନ ସହ ବିଦାୟ ଦିଆଯାଇଛି ଏହି ମହାନ ଚିକିତ୍ସକଙ୍କୁ । ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ ଦର୍ଶନ କରିବା ସହ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅନ୍ତିମ ସଂସ୍କାର । ଝିଅ ଶୁଭଶ୍ରୀ ମହାପାତ୍ର ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲାପାଳ ଓ ଏସ୍ପିଙ୍କ ଉପସ୍ଥିତିରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ସ୍ୱର୍ଗଦ୍ୱାରରେ ବହୁ ବରିଷ୍ଠ ବ୍ୟକ୍ତିବିଶେଷ ପହଞ୍ଚିଥିଲେ । ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ଜଣେ ବିଶିଷ୍ଟ ଚିକିତ୍ସକ ଭାବେ ତାଙ୍କର ଅବଦାନକୁ ମନେ ପକାଇ ଶୋକ ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking