ଭୁବନେଶ୍ୱର: ଗିଡିପାବଲି ଭୂସ୍ଖଳନ । ଶେଷକୃତ୍ୟ ପରେ ବି ଜାରି ରହିବ ଉଦ୍ଧାର କାର୍ଯ୍ୟ । ରେସ୍କ୍ୟୁ ଅପରେସନ ଜାରି ରଖିବାକୁ ଜିଲ୍ଲା ପ୍ରଶାସନକୁ ରାଜସ୍ୱ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଭୂସ୍ଖଳନରେ ସେମାନଙ୍କର ମୃତଦେହ ଚାପି ହୋଇଥିବା ସନ୍ଦେହ କରାଯାଉଛି । ୫ ଦିନ ଧରି ଉଦ୍ଧାରକାରୀ ଦଳ ଦ୍ୱାରା ସବୁ ପ୍ରକାର ପ୍ରୟାସ କରାଗଲା । ଚେନ ପୁଲିଂ ଟେକନିକ ମଧ୍ୟ ବ୍ୟବହାର କରାଯାଇଥିଲା । ଲାଇଫ ଡିଟେକ୍ସନ ୟୁନିଟ ଯାଞ୍ଚଞ୍ଚରେ ମଧ୍ୟ ଜଣା ପଡିଲା ନାହିଁ । ସେଠାରେ ସମ୍ପୁର୍ଣ୍ଣ ଖୋଲିବା ଓ ପଥର ଘୁଞ୍ଚାଇବା ସମ୍ଭବ ହେଉନାହିଁ । ପରିବାର ଲୋକ ପ୍ରତୀକାତ୍ମକ ଭାବେ ସତ୍କାର କରୁଛନ୍ତି ।










