29.1 C
Bhubaneswar
Tuesday, November 10, 2026
Homeଓଡିଶା୨୦୨୩ ଗଣଦୁଷ୍କର୍ମ ମାମଲାର ରାୟ: ଅର୍ଜୁନଙ୍କୁ ୨୫ ବର୍ଷ ଜେଲ୍ ଦଣ୍ଡ

୨୦୨୩ ଗଣଦୁଷ୍କର୍ମ ମାମଲାର ରାୟ: ଅର୍ଜୁନଙ୍କୁ ୨୫ ବର୍ଷ ଜେଲ୍ ଦଣ୍ଡ

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ମାମଲା । ଆସିଲା କୋର୍ଟଙ୍କ ରାୟ । ଅଭିଯୁକ୍ତ ଅର୍ଜୁନ ସେଠୀଙ୍କୁ ୨୫ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜରିମାନା ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ଏହି ମାମଲାରେ ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ଗୌରାଙ୍ଗ ସେଠୀଙ୍କୁ ମଧ୍ୟ ୨୫ ବର୍ଷ ଜେଲ୍ ଦଣ୍ଡ ହୋଇଥିଲା। ତେବେ ତୃତୀୟ ଅଭିଯୁକ୍ତ ଏବେ ବି ଫେରାର ଥିବା ସୂଚନା ମିଳିଛି।ଖବର ଅନୁଯାୟୀ, ୨୦୨୩ ମସିହାର ପଟ୍ଟାମୁଣ୍ଡାଇ ନାବାଳିକା ଗଣଦୁଷ୍କର୍ମ ହୋଇଥିଲା । ଯାହାର ଦୀର୍ଘ ଦିନ ଧରି ଚାଲିଥିଲା ଶୁଣାଣି । ଶେଷରେ ୨ ବର୍ଷ ପରେ ମାମଲାର ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପୋକ୍ସୋ କୋର୍ଟ । ଅଭିଯୁକ୍ତ ଅର୍ଜୁନ ସେଠୀଙ୍କୁ ୨୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଏଥିସହ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି ଅଦାଲତ। ଏହି ମାମଲାରେ ପୂର୍ବରୁ ଗୌରାଙ୍ଗ ସେଠୀଙ୍କୁ ମଧ୍ୟ ୨୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking