ଭୁବନେଶ୍ୱର: ନବୀନଙ୍କ ଚିଠି କଡା ଜବାବ ରଖିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବନ୍ୟା ମନୁଷ୍ୟକୃତ ନୁହେଁ, ଦୀର୍ଘ ବର୍ଷର ଅବହେଳା ଦାୟୀ । ଭୋଟ ରାଜନୀତି କରି ଗଞ୍ଜାମକୁ ଅବହେଳା କରିଥିଲେ ନବୀନ । ରିଲିଫ , ଉଦ୍ଧାର, ପୁନଃରୁଦ୍ଧାର ସରକାର ତତ୍ପରତାର ସହ କରିଛନ୍ତି । ସୂଚନା ଥାଉ କି ଗଞ୍ଜାମ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗଞ୍ଜାମରେ ହୋଇଥିବା ବନ୍ୟାକୁ ମନୁଷ୍ୟକୃତ ବୋଲି ଅଭିଯୋଗ କରିବା ସହ ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ରିଲିଫ୍ ଓ ଥଇଥାନ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି।ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଅକ୍ଟୋବର ୨୩ ତାରିଖରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ଓ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ମିଳିଥିଲା। ଏହା ସତ୍ତ୍ୱେ ଡ୍ୟାମ୍ରୁ ଆଗୁଆ ଜଳ ଛଡ଼ାଯାଇ ନଥିଲା। ପ୍ରବଳ ବର୍ଷା ପରେ ଜଳ ଛଡ଼ାଯିବାରୁ ବନ୍ୟା ସ୍ଥିତି ଅଧିକ ଭୟଙ୍କର ହୋଇଥିବା ସେ ଅଭିଯୋଗ କରିଛନ୍ତି।










