ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଏହି ହତ୍ୟା ମାମଲାକୁ ନେଇ ପୁଣି ଏବେ ଚର୍ଚ୍ଚା ।ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଗୋସାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବିକ୍ରମ ପଣ୍ଡା। ତାଙ୍କ ସହ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ମଧ୍ୟ ଥାନାରେ ହାଜର ହୋଇଛନ୍ତି। ଜେଲ୍ରେ ଥିବା ସମୟରେ ଫୋନ୍ ଯୋଗେ ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ଧମକ ଦେଇଥିବା ବିକ୍ରମଙ୍କ ବିରୋଧରେ ଅଭିଯୋଗ ରହିଛି।
ଖବର ଅନୁଯାୟୀ, ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବିକ୍ରମ ପଣ୍ଡା ଜେଲ୍ରେ ଥିବା ସମୟରେ ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ଫୋନ୍ ଯୋଗେ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍ରୁ ବିକ୍ରମ ସାକ୍ଷୀଙ୍କୁ ଧମକ ଦେଇଥିବା ଅଭିଯୋଗ ରହିଛି। ଏହି ଘଟଣାରେ ଉଭୟ ବିକ୍ରମ ପଣ୍ଡା ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ ଗୋସାଣୀ ନୂଆଗାଁ ଥାନାରେ ହାଜର ହୋଇଛନ୍ତି। ତେବେ ପୋଲିସ ପକ୍ଷରୁ ସେମାନଙ୍କୁ କେଉଁ ପ୍ରସଙ୍ଗରେ ଏବଂ କେତେ ସମୟ ଧରି ପଚରାଉଚରା କରାଯାଉଛି, ସେନେଇ ଅଧିକ ତଥ୍ୟ ମିଳିନାହିଁ।ସୂଚନାଯୋଗ୍ୟ ଯେ, ୬ ଅକ୍ଟୋବର ୨୦୨୫। ରାତି ପ୍ରାୟ ୧୦ଟା ସମୟ । ବ୍ରହ୍ମପୁରର ବୈକୁଣ୍ଠନଗରରେ ନିଜ ଘର ନିକଟରେ ଥିବା ବେଳେ ପୀତବାସ ପଣ୍ଡାଙ୍କ ଉପରକୁ ଗୁଳି ଚଳାଇଥିଲେ ଦୁଇ ଦୁର୍ବୃତ୍ତ। ବାଇକ୍ରେ ଆସିଥିବା ଦୁଇ ଆକ୍ରମଣକାରୀ ତାଙ୍କୁ ଅତି ନିକଟରୁ ଗୁଳି କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପୀତବାସଙ୍କୁ ଏମ୍କେସିଜି ମେଡିକାଲ୍ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ବ୍ରହ୍ମପୁର ଲିସ ଆରମ୍ଭ କରିଥିଲା ତଦନ୍ତ। ହତ୍ୟା ପଛରେ ଷଡ଼ଯନ୍ତ୍ର ଥିବା ସନ୍ଦେହରେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରିଥିଲା। ଏହି ମାମଲାରେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ବିଜେଡିର ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ, ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରିଥିଲା ପୋଲିସ। ହତ୍ୟା ପଛରେ ରାଜନୈତିକ, ବ୍ୟବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ରହିଥିଲା। ହେଲେ ଏହି ଅଭିଯୋଗଗୁଡ଼ିକର ବିଚାର ଅଦାଲତରେ ହେବାକୁ ବାକି ରହିଛି।










