31.1 C
Bhubaneswar
Tuesday, November 10, 2026
Homeଓଡିଶାଗଞ୍ଜାମ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଗଞ୍ଜାମ ବନ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଲେ ବିରୋଧୀ ଦଳ ନେତା । ଗଞ୍ଜାମ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗଞ୍ଜାମରେ ହୋଇଥିବା ବନ୍ୟାକୁ ମନୁଷ୍ୟକୃତ ବୋଲି ଅଭିଯୋଗ କରିବା ସହ ବନ୍ୟା ପୀଡ଼ିତଙ୍କୁ ତୁରନ୍ତ ରିଲିଫ୍ ଓ ଥଇଥାନ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛନ୍ତି।ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଅକ୍ଟୋବର ୨୩ ତାରିଖରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ଓ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ମିଳିଥିଲା। ଏହା ସତ୍ତ୍ୱେ ଡ୍ୟାମ୍ରୁ ଆଗୁଆ ଜଳ ଛଡ଼ାଯାଇ ନଥିଲା। ପ୍ରବଳ ବର୍ଷା ପରେ ଜଳ ଛଡ଼ାଯିବାରୁ ବନ୍ୟା ସ୍ଥିତି ଅଧିକ ଭୟଙ୍କର ହୋଇଥିବା ସେ ଅଭିଯୋଗ କରିଛନ୍ତି।

ଏହା ସହ ଡ୍ୟାମ୍ର ଗେଟ୍ ଖୋଲିବା ପୂର୍ବରୁ ତଳିଆ ଅଞ୍ଚଳର ଲୋକଙ୍କୁ ପର୍ଯ୍ୟାପ୍ତ ସତର୍କ ସୂଚନା ଦିଆଯାଇନଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ। ଫଳରେ ଅନେକ ଲୋକ ହଠାତ୍ ବନ୍ୟା ଜଳରେ ଫସି ଯାଇଥିଲେ। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ବିଳମ୍ବ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା। ଏଥିଯୋଗୁଁ ଅନେକ ଲୋକ ଦିନ ଦିନ ଧରି ଖାଦ୍ୟ ଓ ପାଣି ବିନା ଫସି ରହିଥିଲେ ବୋଲି ସେ ଦର୍ଶାଇଛନ୍ତି।ସେହିପରି ବନ୍ୟା ପରିଚାଳନାରେ ପଞ୍ଚାୟତ ସ୍ତରର ଲୋକପ୍ରତିନିଧି ଓ ମହିଳା ସଂଗଠନଗୁଡ଼ିକର ଭୂମିକାକୁ ଅଣଦେଖା କରାଯାଇଥିବା ନବୀନ ଅଭିଯୋଗ କରିଛନ୍ତି। ବିଶେଷକରି ସରପଞ୍ଚ ଓ ମିଶନ ଶକ୍ତି ଗୋଷ୍ଠୀକୁ ଉପଯୁକ୍ତ ଭାବେ ସାମିଲ କରାନଯିବାରୁ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଦୁର୍ବଳ ହୋଇଥିବା ସେ କହିଛନ୍ତି।ତେଣୁ ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ୍ ଯୋଗାଇବା, କ୍ଷତିଗ୍ରସ୍ତ ପରିବାରଙ୍କ ଥଇଥାନ ଏବଂ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ନବୀନ ଦାବି କରିଛନ୍ତି। ବନ୍ୟା ପରିଚାଳନାରେ ହୋଇଥିବା ତ୍ରୁଟିର ସମୀକ୍ଷା କରି ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ମଧ୍ୟ ସେ ଦାବି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking