ରାଉରକେଲା: ଛେଣ୍ଡ କଲୋନୀସ୍ଥିତ କାନକ ଅଳଙ୍କାର ଦୋକାନରେ ହୋଇଥିବା ଚୋରି ଘଟଣାରେ ପୁଲିସ ବଡ଼ ସଫଳତା ହାସଲ କରିଛି। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।ପୁଲିସ ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ କରିଛି। ଏହି ଚୋରି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।










