କୋରାପୁଟ: କୋରାପୁଟରେ ଆରମ୍ଭ ହେଲା ଶୀତର ପ୍ରକୋପ । ହଠାତ୍ ଖସିଲା ପାରଦ, ବଢ଼ିଲା ଥଣ୍ଡା । ଘନ କୁହୁଡ଼ିର ଚାଦର ତଳେ ଲୁଚିଯାଇଛି ପୂରା ସହର । ସକାଳୁ ସକାଳୁ ରାସ୍ତାଘାଟ କୁହୁଡ଼ିରେ ଆଚ୍ଛାଦିତ ହୋଇଥିବା ବେଳେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି ।ବିଶେଷ କରି କୁହୁଡ଼ିର ଘନତା ଏତେ ଅଧିକ ରହିଛି ଯେ, ମାତ୍ର ୧୦ ମିଟର ଦୂରତା ପର୍ଯ୍ୟନ୍ତ ଦେଖିବା ସମ୍ଭବ ହେଉଛି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳ କରିବାରେ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ତାପମାତ୍ରା ହ୍ରାସ ପାଇବା ସହ ଶୀତର ଅନୁଭୂତି ବଢ଼ିଛି । ଦାମନଯୋଡ଼ିରେ ପାରଦ ୧୧.୯ ଡିଗ୍ରୀ ସେଲସିୟସ୍କୁ ଖସି ଆସିଛି । ସକାଳୁ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ ଓ ନିଆଁର ସାହାରା ନେଉଛନ୍ତି ।










