ଭୁବନେଶ୍ୱର: ଓଆରଏସ ମନୀଷା ମିଶ୍ର ଚାକିରୀରୁ ବରଖାସ୍ତ ହୋଇଛନ୍ତି । ପ୍ରୋବେସନାରୀ ଓଆରଏସ ମନୀଷା ମିଶ୍ରଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି ରାଜ୍ୟ ସରକାର । ବାଲେଶ୍ୱର ବାଲିଆପାଳ ସବରେଜିଷ୍ଟ୍ରାର ଥିଲେ ମନୀଷା ମିଶ୍ର । ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିଲେ ମନୀଷା ମିଶ୍ର । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଆଜି ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଜମି ରେଜିଷ୍ଟ୍ରି ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ । ବାରିପଦା ଭିଜିଲାନ୍ସ ବିଭାଗର ୮ଟି ଟିମ ଚଢାଉ କରି ମନୀଷା ମିଶ୍ରଙ୍କୁ ଧରିଥିଲେ ।










