30.1 C
Bhubaneswar
Monday, November 9, 2026
Homeଓଡିଶାନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ମନ୍ତ୍ରୀ

ନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ମନ୍ତ୍ରୀ

ଭୁବନେଶ୍ୱର:  ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେପିର କସରତ ଆରମ୍ଭ। ନିର୍ବାଚନ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। କେବଳ ନିର୍ବାଚନ ଘୋଷଣାକୁ ଅପେକ୍ଷା। ସାଂଗଠନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ଜିଲ୍ଲା ବୁଲି ସଂଗଠନର ସ୍ଥିତି ପରଖୁଛନ୍ତି ଦଳୀୟ ପ୍ରଭାରୀ ଓ ସହ-ପ୍ରଭାରୀ। ତେବେ ଆଗାମୀ ନିର୍ବାଚନରେ ବିଜେପିର ରଣନୀତି କ’ଣ ରହିବ?ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଆକ୍ସନ ମୋଡ୍‌ରେ ବିଜେପି। ନିର୍ବାଚନ ପାଇଁ ଦଳ ଏବେଠାରୁ ଅଣ୍ଟା ଭିଡ଼ିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।  ମନ୍ତ୍ରୀଙ୍କ କହିବା ଅନୁସାରେ, ସାଂଗଠନିକ ଦୃଷ୍ଟିକୋଣରୁ ବିଜେପି ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛି। ଦଳର ପ୍ରଭାରୀ ଓ ସହ-ପ୍ରଭାରୀମାନେ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ଜିଲ୍ଲାସ୍ତରରେ ସଂଗଠନର ସ୍ଥିତି, ଶକ୍ତି ଓ କାର୍ଯ୍ୟକଳାପର ଆକଳନ କରୁଛନ୍ତି।

 ଏହା ସହ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ଓ ପୌର ନିର୍ବାଚନକୁ ନେଇ ଦଳୀୟ ସଂଗଠନକୁ ମଜଭୁତ କରାଯାଉଛି। ପ୍ରତ୍ୟେକ ସ୍ତରରେ ନିର୍ବାଚନୀ ପ୍ରସ୍ତୁତି ଚାଲିଥିବା ବେଳେ ଏହି ନିର୍ବାଚନରେ ବିଜେପି ଭଲ ଫଳାଫଳ କରିବ ବୋଲି ଦୃଢ଼ ଆଶାବାଦୀ ଅଛି ଦଳ।  ତେବେ ନିର୍ବାଚନ ପୂର୍ବରୁ ସାଂଗଠନିକ ଶକ୍ତି ବୃଦ୍ଧି ଓ ଜିଲ୍ଲାସ୍ତରରେ ପ୍ରସ୍ତୁତି ଉପରେ ବିଜେପି ଗୁରୁତ୍ୱ ଦେଉଥିବା ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking