29.1 C
Bhubaneswar
Friday, November 6, 2026
Homeଦେଶ ବିଦେଶଦିଲ୍ଲୀ ଓ ମୁମ୍ବାଇରୁ ସିଧାସଳଖ ଆମେରିକା ଉଡ଼ାଣ: ୩ ଘଣ୍ଟା କମିଲା ଯାତ୍ରା ସମୟ

ଦିଲ୍ଲୀ ଓ ମୁମ୍ବାଇରୁ ସିଧାସଳଖ ଆମେରିକା ଉଡ଼ାଣ: ୩ ଘଣ୍ଟା କମିଲା ଯାତ୍ରା ସମୟ

ନୂଆଦିଲ୍ଲୀ: ଆମେରିକା ଯାତ୍ରା କରୁଥିବା ଭାରତୀୟ ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଦୀର୍ଘ ଦିନ ପରେ ଇରାକ୍ ନିଜର ଆକାଶମାର୍ଗକୁ ସାଧାରଣ ବିମାନ ଚଳାଚଳ ପାଇଁ ଖୋଲିବା ପରେ, ”ଏୟାର ଇଣ୍ଡିଆ” ଗୁରୁବାରଠାରୁ ଦିଲ୍ଲୀ ଏବଂ ମୁମ୍ବାଇରୁ ଆମେରିକା ପାଇଁ ନିଜର ସିଧାସଳଖ ବିମାନ ସେବା ପୁନରାରମ୍ଭ କରିଛି। ଏହି ପଦକ୍ଷେପ ଫଳରେ ରୋମ୍ ବିମାନବନ୍ଦରରେ ଇନ୍ଧନ ଭରିବା ପାଇଁ ହେଉଥିବା ବୈଷୟିକ ରହଣିର ଆବଶ୍ୟକତା ଶେଷ ହୋଇଛି।

ଇରାକ୍ ଆକାଶମାର୍ଗ ଦୀର୍ଘ ଦଶନ୍ଧି ଧରି କେବଳ ସାମରିକ ଓ ନିରାପତ୍ତା ଅପରେସନ୍ ପାଇଁ ସଂରକ୍ଷିତ ଥିବା ବେଳେ, ଏହା ପୁନର୍ବାର ଖୋଲିବା ଦ୍ୱାରା ଯାତ୍ରା ସମୟ ୨୧ ଘଣ୍ଟାରୁ ହ୍ରାସ ପାଇ ୧୮ ଘଣ୍ଟା (ପ୍ରାୟ ୩ ରୁ ୪ ଘଣ୍ଟା କମ୍) ହୋଇଯାଇଛି। ଏୟାର ଇଣ୍ଡିଆ ବର୍ତ୍ତମାନ ଆମେରିକାକୁ ୪ଟି ବିମାନ ପରିଚାଳନା କରୁଛି, ଯାହା ମଧ୍ୟରୁ ୨ଟି ନ୍ୟୁୟର୍କର ଜେଏଫକେ ବିମାନବନ୍ଦର ଏବଂ ୨ଟି ନିଉଆର୍କ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଯାଉଛି।ସୂଚନାଯୋଗ୍ୟ ଯେ, ଇରାକ୍ ଆକାଶମାର୍ଗ ବନ୍ଦ ଥିବା ସମୟରେ ବିମାନଗୁଡ଼ିକ ରାଜସ୍ଥାନ, ଗୁଜରାଟ, ଓମାନ, ୟେମେନ୍, ସାଉଦି ଆରବ ଦେଇ ରୋମରେ ରହଣି କରୁଥିଲେ। ମାତ୍ର ନୂତନ ରୁଟ୍ ଅନୁଯାୟୀ, ଦିଲ୍ଲୀ ଓ ମୁମ୍ବାଇରୁ ଉଡ଼ାଣ ଭରୁଥିବା ବିମାନଗୁଡ଼ିକ ଓମାନ, ୟୁଏଇ, କୁୱେତ, ଇରାକ, ତୁର୍କୀ ଓ ୟୁରୋପ ଦେଇ ସିଧାସଳଖ ଆମେରିକାରେ ପହଞ୍ଚିବେ। ଏହି ସିଧାସଳଖ ସେବା ପୁନଃକାର୍ୟ୍ୟକ୍ଷମ ହେବା ଦ୍ୱାରା ମଧ୍ୟପ୍ରାଚ୍ୟର ଅନ୍ୟାନ୍ୟ ପ୍ରମୁଖ ଏୟାରଲାଇନ୍ସ (ଯଥା: ଏମିରେଟ୍ସ, କତାର୍, ଏତିହାଦ୍) ତୁଳନାରେ ଏୟାର ଇଣ୍ଡିଆ ନିଜର ସ୍ୱତନ୍ତ୍ର ୟୁଏସପି ଫେରିପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking