28.1 C
Bhubaneswar
Tuesday, November 10, 2026
Homeଓଡିଶାବିଜେପି ସରକାରରେ ଆଦିବାସି ମାନେ ଅସୁରକ୍ଷିତ: ବିଜେଡି

ବିଜେପି ସରକାରରେ ଆଦିବାସି ମାନେ ଅସୁରକ୍ଷିତ: ବିଜେଡି

ଭୁବନେଶ୍ୱର: ବିଜେପି ସରକାରଙ୍କ ଶାସନ କାଳରେ ଆଦିବାସି ଲୋକମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ବାରମ୍ୱାର ନିର୍ଯ୍ୟାତନାର ଅଭିଯୋଗ ହେଉଥିବା ବେଳେ ଘଟଣାର ପୁନରାବୃତ୍ତି ହୋଇଛି। ଖୋଦ୍ ଆଦିବାସୀ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଆଦିବାସି ମାନଙ୍କ ପୂଜାସ୍ଥଳୀ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଏନେଇ ବିଜୁ ଜନତା ଦଳର ସଭାପତି ତଥା ବିରୋଧି ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ଦ୍ଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ ସଭାପତି ଶ୍ରୀ ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ଆଜି କେନ୍ଦୁଝର ଜିଲ୍ଲାର ଘସିପୁରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବସନ୍ତପୁର ଗ୍ରାମ ପରିଦର୍ଶନ କରିଥିଲେ। ବଜରଙ୍ଗ ଦଳ କର୍ମୀ ମାନେ ଗତ ୨୩ ଅକ୍ଟୋବର ୨୦୨୬ ତାରିଖରେ ସାନ୍ତାଳ ସମ୍ପ୍ରଦାୟର ପବିତ୍ର ପୂଜାସ୍ଥଳୀ ଜାହେର ଥାନ୍ (ଜାହେରା)ରେ ଆକ୍ରମଣ କରିଥିଲେ। ପୂଜାସ୍ଥଳୀ ଭଙ୍ଗାରୁଜା କରି ପାରମ୍ପରିକ ଧାର୍ମିକ ରୀତିନୀତିରେ ବାଧା ସୃଷ୍ଟି କରିବା, ପୂଜା ସାମଗ୍ରୀ ନଷ୍ଟ କରିବା ସହ ମହିଳାଙ୍କ ସମେତ ସମ୍ପ୍ରଦାୟର ସଦସ୍ୟ ମାନଙ୍କୁ ଧମକଚମକ ଦେଇଥିଲେ। ଏହି ଘଟଣା ସନ୍ତାଳ ସମ୍ପ୍ରଦାୟର ଧାର୍ମିକ ସ୍ୱାଧୀନତା, ପାରମ୍ପରିକ ପ୍ରଥା, ସାଂସ୍କୃତିକ ପରିଚୟ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷାକୁ ନେଇ ଗୁରୁତର ଉଦ୍‌ବେଗ ସୃଷ୍ଟି କରିଥିଲା। ବିଜେଡି ପ୍ରତିନିଧି ଦଳ ପ୍ରଭାବିତ ପରିବାର, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି, ମହିଳା ଓ ସନ୍ତାଳ ସମ୍ପ୍ରଦାୟର ଅନ୍ୟ ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ଅଭିଯୋଗ ଓ ସମସ୍ୟା ଶୁଣିବା ସହ ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷ ତଥ୍ୟ ସଂଗ୍ରହ କରିଥିଲେ ଏବଂ ସ୍ଥାନୀୟ ପରିସ୍ଥିତିର ସମୀକ୍ଷା କରିଥିଲେ। ଏହି ଅଭିଯୋଗକୁ ନେଇ ପ୍ରତିନିଧି ଦଳ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ଧାର୍ମିକ ପ୍ରଥା, ସାଂସ୍କୃତିକ ଐତିହ୍ୟ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପ୍ରତିନିଧି ଦଳରେ ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ସାନନ୍ଦ ମାରାଣ୍ଡି, ଶ୍ରୀ ଧନୁର୍ଜୟ ସିଦ୍ଧୁ, ଶ୍ରୀ ମାଧବ ସର୍ଦ୍ଦାର, ଶ୍ରୀ ଦେବାଶିଷ ମାରାଣ୍ଡି, ଡଃ ପ୍ରିୟବ୍ରତ ମାଝୀ, ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, ଶ୍ରୀମତୀ ସାଗରିକା ସାହୁ, ଶ୍ରୀ ସୋମନାଥ ଦାସ, ଶ୍ରୀ ଶ୍ରୀନାଥ ସୋରେନ୍, ଶ୍ରୀମତୀ ଭାରତୀ ହାଁସଦା, ଶ୍ରୀ ଜଗନ୍ନାଥ ନାଏକ, ଶ୍ରୀମତୀ ମୀନା ମାଝୀ, ଶ୍ରୀ କାଶୀନାଥ ହେମ୍ବ୍ରମ, ଶ୍ରୀ ଗଙ୍ଗାଧର ହେମ୍ବ୍ରମ, ଶ୍ରୀ ଚକ୍ରଧର ହେମ୍ବ୍ରମ ଓ ଶ୍ରୀମତୀ ମାଇନା ସୋରେନ୍ ପ୍ରମୁଖ ସାମିଲ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking