29.1 C
Bhubaneswar
Saturday, November 7, 2026
Homeଓଡିଶାକୁହୁଡି ବଳୟରେ ଓଡିଶା: ୧୦ ମିଟର ଦୂରରୁ ଦିଶୁନି ରାସ୍ତା

କୁହୁଡି ବଳୟରେ ଓଡିଶା: ୧୦ ମିଟର ଦୂରରୁ ଦିଶୁନି ରାସ୍ତା

ଭୁବନେଶ୍ୱର : ଶୀତର ପ୍ରକୋପ ବଢ଼ିବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରେ ସକାଳୁ ସକାଳୁ କୁହୁଡ଼ିର ଘନ ଆସ୍ତରଣ ଛାଇ ଯାଇଛି । ଭୋର ୫ଟାରୁ ଛେଣ୍ଡିପଦା ସମେତ ଆଖପାଖ ଗାଁଗୁଡ଼ିକ କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇଯାଇଛି । ଏପରି ସ୍ଥିତି ହୋଇଛି ଯେ, ମାତ୍ର ୧୦ ମିଟର ଦୂରରୁ ମଧ୍ୟ ରାସ୍ତା ଦେଖିବା କଷ୍ଟକର ହୋଇପଡ଼ିଛି ।ରାସ୍ତାଘାଟ, ବିଲ, ପୋଖରୀ ଓ ଗଛଲତା ସବୁ କୁହୁଡ଼ିର ଧଳା ଚାଦର ତଳେ ଲୁଚି ଯାଇଛି । ଘନ କୁହୁଡ଼ି ଯୋଗୁଁ ଜାତୀୟ ରାଜପଥଠାରୁ ଆରମ୍ଭ କରି ଗ୍ରାମ୍ୟ ରାସ୍ତା ପର୍ଯ୍ୟନ୍ତ ଯାତାୟାତ ପ୍ରଭାବିତ ହୋଇଛି। ବାଇକ୍‌, କାର୍‌ ଓ ବସ୍‌ ଚାଳକମାନେ ହେଡ୍‌ଲାଇଟ୍‌ ଜଳାଇ ଅତି ସତର୍କତାର ସହ ଧୀରେ ଧୀରେ ଗାଡ଼ି ଚଳାଉଛନ୍ତି । ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ, କାମକୁ ବାହାରୁଥିବା ଶ୍ରମିକ ଏବଂ ଚାଷୀମାନେ ମଧ୍ୟ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ କୋରାପୁଟ ସହରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସକାଳୁ ସକାଳୁ ସାରା ସହର କୁହୁଡ଼ିର ଚାଦର ତଳେ ଢାଙ୍କି ହୋଇଯାଇଛି। ଘନ କୁହୁଡ଼ି ଯୋଗୁଁ ମାତ୍ର ୧୦ ମିଟର ଦୂରରୁ ରାସ୍ତା ଦେଖାଯାଉନାହିଁ। ତେବେ ଏହି କୁହୁଡ଼ି ଭିତରେ ବି ଲୋକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଅଟକି ନାହିଁ। ସକାଳୁ ଉଠି ଲୋକେ ନିଜକୁ ଫିଟ୍‌ ରଖିବା ପାଇଁ ଶାରୀରିକ ବ୍ୟାୟାମ କରୁଥିବା ବେଳେ କୁହୁଡ଼ିର ମନୋରମ ପରିବେଶକୁ ମଧ୍ୟ ଉପଭୋଗ କରୁଛନ୍ତି । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା କମିଯାଉଥିବାରୁ ଗାଡ଼ି ଚାଳକମାନଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ପରାମର୍ଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking