29.1 C
Bhubaneswar
Saturday, November 7, 2026
Homeଓଡିଶାନବୀନଙ୍କୁ ଗୋକୁଳାନନ୍ଦଙ୍କ କଟାକ୍ଷ

ନବୀନଙ୍କୁ ଗୋକୁଳାନନ୍ଦଙ୍କ କଟାକ୍ଷ

ଭୁବନେଶ୍ୱର : ୮ ଦିନ ପରେ ଗଞ୍ଜାମ ଗସ୍ତରେ ନବୀନ ପଟ୍ଟନାୟକ। ଆଉ ଏହି ଗସ୍ତକୁ ନେଇ ବିରୋଧୀ ଦଳ ନେତାଙ୍କୁ କଡ଼ା କାଉଣ୍ଟର କରିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବନ୍ୟା ବିପତ୍ତି ସମୟରେ ନବୀନ ଲୋକଙ୍କ ପାଖରେ ପହଞ୍ଚିଥିଲେ ଭଲ ହୋଇଥାନ୍ତା ବୋଲି କହିବା ସହ ବିଜେଡିର ଗଞ୍ଜାମ ଗସ୍ତକୁ ରାଜନୈତିକ ରାଲି ସହ ତୁଳନା କରିଛନ୍ତି। ଏପରିକି ୨୪ ବର୍ଷର ଶାସନକାଳରେ ନଦୀବନ୍ଧର ସ୍ଥାୟୀ ସମାଧାନ କାହିଁକି ହୋଇନଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ଦୁଃଖ ଓ ବିପଦ ସମୟରେ ନବୀନ ବାବୁ ପହଞ୍ଚିଥିଲେ ଭଲ ହୋଇଥାନ୍ତା। ଚାଣକ୍ୟଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଛନ୍ତି, ଉତ୍ସବ ହେଉ କି ବିପଦ, ଦୁର୍ଭିକ୍ଷ ହେଉ କି ରାଷ୍ଟ୍ରୀୟ ସଙ୍କଟ—ସବୁ ପରିସ୍ଥିତିରେ ଯିଏ ପାଖରେ ଛିଡ଼ା ହୁଏ, ସେ ହିଁ ପ୍ରକୃତ ବନ୍ଧୁ। ଏହାସହ ନବୀନଙ୍କ ଗସ୍ତକୁ ନେଇ ହିଞ୍ଜିଳିରେ ଲୋକେ ପ୍ରଶ୍ନ ଉଠାଉଥିବା ଏବଂ ‘ନବୀନ ଗୋ ବ୍ୟାକ୍’ ନାରା ଦେଉଥିବା ମନ୍ତ୍ରୀ ଦାବି କରିଛନ୍ତି। ଘରେ ବସି ଲୋକଙ୍କୁ ଲଗାଇ ବିରୋଧ କରିବା ବିରୋଧୀ ଦଳର କାମ ନୁହେଁ, ବରଂ ବିପଦ ସମୟରେ ମିଳିମିଶି କାମ କରିବା ହିଁ ବିରୋଧୀଙ୍କ ଦାୟିତ୍ୱ ବୋଲି କହିଛନ୍ତି। ଏପରିକି ବିଜେଡିର ଗଞ୍ଜାମ ଗସ୍ତ ଏକ ରାଜନୈତିକ ରାଲି ଭଳି ଲାଗୁଥିଲା ବୋଲି ମନ୍ତବ୍ୟ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking