27.1 C
Bhubaneswar
Monday, November 2, 2026
Homeଓଡିଶାବାତ୍ୟା ଓ ବନ୍ୟା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବାତ୍ୟା ଓ ବନ୍ୟା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅର୍ଣ୍ଣବ ବାତ୍ୟା ଓ ତତ୍ପରବର୍ତ୍ତୀ ବନ୍ୟା ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ତ୍ୱରିତ ପଦକ୍ଷେପ ସ୍ୱରୂପ ବନ୍ୟା ସାମାନ୍ୟ ହ୍ରାସ ପାଇବା ପରେ କ୍ଷୟକ୍ଷତି ଆକଳନ କରି ରବିବାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଘୋଷଣା ଅନୁଯାୟୀ -ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦ ଟଙ୍କା ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଦିଆଯିବ । ବାରମାସୀ ଫସଲ ପାଇଁ ହେକ୍ଟର ପିଛା ମିଳିବ ୨୨,୫୦୦ ଟଙ୍କା । ସେହିପରି ପ୍ରଭାବିତ ପରିବାରକୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା ଦିଆଯିବା ସହ ଘର ଭଙ୍ଗା ସାହାଯ୍ୟ ମଧ୍ୟ ଘୋଷଣା କରାଯାଇଛି । ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବା ସହ ପାର୍ବତ୍ୟ ଅଞ୍ଚଳରେ ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର ଟଙ୍କା । ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ୍ ପାଇଁ ମିଳିବ ୧୦ ହଜାର ଟଙ୍କା । ସେହିପରି କ୍ଷତିଗ୍ରସ୍ତ ବଡ଼ ବାଣିଜ୍ୟିକ ପ୍ରତିଷ୍ଠାନକୁ ୨୫ ହଜାର ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କ୍ଷୟକ୍ଷତି ଆକଳନ ସଂପୂର୍ଣ୍ଣ ହୋଇନି, ସଂପୂର୍ଣ୍ଣ ହେଲେ ଆହୁରି ସହାୟତା ଘୋଷଣା କରିଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking