28.1 C
Bhubaneswar
Wednesday, November 11, 2026
Homeଓଡିଶାଶ୍ରୀକ୍ଷେତ୍ରରେ ଆସନ୍ତା ୨୧ରୁ ପଞ୍ଚୁକ: ଦର୍ଶନାର୍ଥୀଙ୍କ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ ଆରମ୍ଭ

ଶ୍ରୀକ୍ଷେତ୍ରରେ ଆସନ୍ତା ୨୧ରୁ ପଞ୍ଚୁକ: ଦର୍ଶନାର୍ଥୀଙ୍କ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ ଆରମ୍ଭ

ପୁରୀ : ଶ୍ରୀକ୍ଷେତ୍ରରେ ଆସନ୍ତା ୨୧ ତାରିଖ ଶନିବାର ଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । ବ୍ରତପାଳନ ସାଙ୍ଗକୁ ଶ୍ରୀମନ୍ଦିରରେ ଠାକୁରଙ୍କ ଦୁର୍ଲଭ ବେଶ ଦର୍ଶନ କରିବେ ବ୍ରତଧାରୀ । ଏଣୁ ଏବେଠୁ ବଡ଼ଦାଣ୍ଡରେ ଆରମ୍ଭ ହେଲାଣି ବ୍ୟାରିକେଡ୍‌ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରୁ ଲୁହା ବ୍ୟାରିକେଡ୍‌ ମରିଚିକୋଟ ଛକ ଆଡ଼କୁ ଲମ୍ବୁଛି । ପଞ୍ଚୁକର ପ୍ରଥମ ଦିବସ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ହରିଉତ୍ଥାପନ ଏକାଦଶୀ ନୀତି । ୨୪ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ଦାରୁବ୍ରହ୍ମଙ୍କ ରାଜାଧିରାଜ ବେଶ ହେବ । ପଞ୍ଚୁକରେ ଜନସମାଗମକୁ ଦେଖି ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାରିକେଡ୍‌ ମାର୍କେଟ ଛକ ପର୍ଯ୍ୟନ୍ତ କରାଯିବ ବୋଲି ସୂଚନା ରହିଛି ।

ପଞ୍ଚୁକ ଅବସରରେ ଅସଂଖ୍ୟ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଯାଇ ଅନନ୍ୟ ବେଶରେ ଠାକୁରଙ୍କୁ ଦର୍ଶନ କରିବେ । କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧର୍ମ ମାସ ପବିତ୍ର କାର୍ତ୍ତିକରେ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥାଏ । ଏଣୁ ଏହାକୁ ଆଖିରେ ରଖି ମଙ୍ଗଳବାର ଅପରାହ୍ଣରେ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ ତିଆରି ଆରମ୍ଭ ହୋଇଛି । ବ୍ୟାରିକେଡ୍‌ରେ ଦର୍ଶନାର୍ଥୀମାନେ ଶୃଙ୍ଖଳାର ସହ ଶ୍ରୀମନ୍ଦିରକୁ ଯାଇ ଠାକୁରଙ୍କ ଦର୍ଶନ କରିବେ ଓ ମହାପ୍ରସାଦ ପାଇବେ । ପ୍ରଥମଦିନ ଶ୍ରୀମନ୍ଦିରରେ ହରିଉତ୍ଥାପନ ନୀତି ସହ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହେବ । ସାଧାରଣତଃ ପଞ୍ଚୁକ ୫ଦିନରେ ଦାରୁଦେବତାଙ୍କର ୫ଟି ବେଶ ହୋଇଥାଏ । ଚଳିତ ବର୍ଷ ଦ୍ୱାଦଶୀ କ୍ଷୟ ଯାଇଥିବାରୁ ଠାକୁରଙ୍କ ବାଙ୍କଚୁଡ଼ ବେଶ କିମ୍ବା ବାବନ ବେଶ ହେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବ ସୂଚନା ଦିଆଯାଇଛି । ୨୨ ତାରିଖ ରବିବାର ମହାପ୍ରଭୁଙ୍କ ଡାଳିକିଆ ବେଶ ତଥା ତ୍ରିବିକ୍ରମ ବେଶ ଓ ୨୩ ତାରିଖ ସୋମବାର ଲକ୍ଷ୍ମୀନୃସିଂହ ବେଶ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking