28.1 C
Bhubaneswar
Thursday, November 5, 2026
Homeଓଡିଶାଜୋରରେ ଭାସିଗଲେ ୧୩ ବର୍ଷୀୟ ବାଳକ

ଜୋରରେ ଭାସିଗଲେ ୧୩ ବର୍ଷୀୟ ବାଳକ

କେନ୍ଦ୍ରାପଡ଼ା: ବଡ଼ବୋଉଙ୍କ ଶବ ସତ୍କାର ପରେ ଜୋରକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଛନ୍ତି ୧୩ ବର୍ଷର ବାଳକ ସ୍ୱାଗତ ସ୍ୱାଇଁ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ବାଲିଶୁଆଁ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା ।ସୂଚନା ଅନୁସାରେ, ବାଲିଶୁଆଁ ଗାଁର ସୁବାଷ ସ୍ୱାଇଁଙ୍କ ୧୩ ବର୍ଷୀୟ ପୁଅ ସ୍ୱାଗତ ନିଜ ବଡ଼ବୋଉଙ୍କ ଶବ ସତ୍କାର ପରେ ଶଳିଜଙ୍ଗା ଜୋରକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧୋଉଥିବା ସମୟରେ ଜୋରର ପ୍ରଖର ସ୍ରୋତରେ ସେ ଭାସିଯାଇଥିବା ଜଣାପଡ଼ିଛି । ଏହାପରଠାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ ।ଘଟଣା ପରେ ମାର୍ଶାଘାଇ ଅଗ୍ନିଶମ ବିଭାଗର ଜବାନମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସ୍ପିଡ୍‌ ବୋଟ୍‌ ସହାୟତାରେ ଜୋରରେ ନିଖୋଜ ବାଳକଙ୍କୁ ଖୋଜାଖୋଜି କରାଯାଉଛି। ଏଥିସହ ସ୍ଥାନୀୟ ଗ୍ରାମବାସୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଛନ୍ତି ।ତେବେ ଦୀର୍ଘ ସମୟର ଖୋଜାଖୋଜି ପରେ ମଧ୍ୟ ସ୍ୱାଗତଙ୍କ କୌଣସି ସନ୍ଧାନ ମିଳିନାହିଁ। ଏହି ଘଟଣାକୁ ନେଇ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ନିଖୋଜ ବାଳକଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳର ଖୋଜାଖୋଜି ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking