28.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଜଣେ ଡେପୁଟି ମୃତ

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଜଣେ ଡେପୁଟି ମୃତ

ୱାଶିଂଟନ୍‌: ଆମେରିକାର ୱାସିଂଟନରେ ଏକ ଘରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ଜଣେ ଶେରିଫ୍ ଡେପୁଟିଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ଆହତ ଅନ୍ୟ ଜଣେ ଡେପୁଟିଙ୍କ ବଞ୍ଚିବା ଆଶା କ୍ଷୀଣ ହୋଇପଡ଼ିଛି। ଏହି ଗୁଳିକାଣ୍ଡରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ସମେତ ଘର ଭିତରେ ଥିବା ଅନ୍ୟ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଧିକାରୀ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ସ୍ପୋକେନ୍‌ ସହରର ଦକ୍ଷିଣରେ ଥିବା ଏକ ଛୋଟ କୃଷି ଅଞ୍ଚଳ ସ୍ପାଙ୍ଗଲ୍‌ରୁ ପୁଲିସକୁ ଜଣେ ମହିଳା ଫୋନ୍‌ କରିଥିଲେ। ତାଙ୍କ ଭାଇ ତାଙ୍କୁ ଗୁଳି ମାରିଥିବା ସେ ଜଣାଇଥିଲେ। ଖବର ପାଇ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଜାଣିବାକୁ ପାଇଥିଲେ ଯେ, ସନ୍ଦିଗ୍ଧ ଅଭିଯୁକ୍ତଙ୍କ ବିରୋଧରେ ଏକ ଗୁରୁତର ଅପରାଧ ସମ୍ପର୍କିତ ଗିରଫ ପରୱାନା ଜାରି ହୋଇଥିଲା। ଏହାସହ ଘର ଭିତରେ ଅନ୍ୟ କେତେକ ଲୋକ ମଧ୍ୟ ପୀଡ଼ିତ ହୋଇଥିବା ଆଶଙ୍କା କରାଯାଇଥିଲା। ଏହାପରେ ସ୍ୱାଟ୍‌ ଟିମ୍‌ର ସଦସ୍ୟ ଓ ଅନ୍ୟ ପୁଲିସ ଅଧିକାରୀମାନେ ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking